ଚୋରି ହୋଇଥିବା ଲକ୍ଷେ ଟଙ୍କା ଧରି ୬ ବର୍ଷୀୟ ବାଳିକା ଚମ୍ପଟ

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାବେଳେ ଦିଲ୍ଲୀର ଶାଧରା ଠାରୁ ଜଣେ ମହିଳାଙ୍କ ବ୍ୟାଗ୍‌ରୁ ନିଜ ମାଆ ଓ ଜେଜେମାଆ ଏକ ଲକ୍ଷ ଟଙ୍କା ଚୋରାଇ ଆଣି ରଖିଥିବା ବ୍ୟାଗ୍‌ରେଟିକୁ ନେଇ ପଳାଇ ଯାଇଥିବା ଜଣେ ୬ ବର୍ଷିୟ ଝିଅକୁ ପୁଲିସ ଖୋଜି ପାଇଛି।

ପୁଲିସ କହିବାନୁସାରେ, ମାଆ ଓ ଜେଜିମାଆଙ୍କୁ ଗିରଫ କରାଯାଇଛି। ଝିଅଟିକୁ କୌଣସି ଆତ୍ମୀୟଙ୍କ ଘରେ ଛାଡ଼ି ଦିଆଯାଇଛି।
ପ୍ରଥମେ ଚୋରି କଥା ଜଣେ ସ୍ଥାନୀୟ ବ୍ୟକ୍ତି ବଜାରରୁ ପିସିଆରକୁ ଫୋନ୍‌ ଯୋଗେ ଜଣାଇ ଥିଲେ। ଟଙ୍କା ଚୋରି ହୋଇଛି ବୋଲି ତାଙ୍କୁ ୫୮ ବର୍ଷୀୟ ମହିଳା ସୁନୀତା କହିଥିଲେ। ସେ ପୁଲିସକୁ କହିଛନ୍ତି କି, ବଜାରରୁ କିଛି ଜିନିଷ କିଣାକିଣି କରି ସାରି ସେ ଟଙ୍କା ଜମା କରିବାକୁ ବ୍ୟାଙ୍କ୍‌କୁ ଯାଇ ଥାଆନ୍ତେ।

ସେ ଷ୍ଟୋର୍‌ରୁ ପଦାକୁ ଗୋଡ଼ କାଢ଼ିବା କ୍ଷଣି , ତାଙ୍କୁ ନିଜର ବ୍ୟାଗ୍‌ ହାଲୁକା ଲାଗିଲା। ସେ ବ୍ୟାଗ୍‌ ଯାଞ୍ଚ କରି ଦେଖିଲେ ସେଥିରେ ଟଙ୍କା ନାହିଁ। ଛାନିଆରେ ସେ ପାଟି ଚିଲାଇଲେ। ଫଳରେ ସେଠାରେ ଥିବା ଅନ୍ୟ ଲୋକମାନେ ପିସିଆର୍‌କୁ ଖବର ଦେଇଥିଲେ।

ଦୁଇ ଜଣ ମହିଳା ବିଚିତ୍ର ଆଚରଣ କରୁଥିବା କଥା ସେ ଦେଖିଥିଲେ। ତାଙ୍କୁ ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ଧରି ଥିଲେ। ପ୍ରଥମେ ସେମାନେ ଚୋରି କରୁଥିବା କଥା ମାନୁ ନ ଥିଲେ। ପରେ ସବୁ କଥା ସ୍ୱୀକାର କଲେ। ପୁଲିସ ପଚରା ଉଚୁରା କରିବାରୁ ସେମାନେ କହିଲେ କି ଝିଅଟି ଟଙ୍କା ଥଳି ଧରି ଦୌଡ଼ି ପଳାଇଛି।

ପୁଲିସ ଦୁଇ ମହିଳାଙ୍କୁ ଧରିବା କାମରେ ବ୍ୟସ୍ତ ଥିବାବେଳେ ଝିଅଟି କୌଶଳ କ୍ରମେ ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରିଛି। ପରେ ସିସିଟିଭି କ୍ୟାମେରା ଯାଞ୍ଚ ହେବା ପରେ ତାହା ଧରାପଡ଼ିଲା ଏବଂ କହିଲା କି ମାଆ ଚୋରାଇଥିବା ଜିନିଷ ନେଇ କିପରି ପଳାଇବ ତାହା ତାକୁ ତାଲିମ ଦିଆଯାଇଛି। ପ୍ରଥମେ ସେ ମଧ୍ୟ ପୁଲିସକୁ ଭୁଅାଁବୁଲାଉଥିଲା। ଶେଷରେ ଜଣେ ପରିବା ବିକାଳିଙ୍କ ଠାରୁ ବ୍ୟାଗ୍‌ଟି ମିଳିଲା।

ସମ୍ବନ୍ଧିତ ଖବର