ହାଥରସରେ ପୁଣି ଦୁଷ୍କର୍ମ: ଯନ୍ତ୍ରଣା ସହି ନପାରି ୬ବର୍ଷର ନିରୀହ ଶିଶୁର ହସ୍ପିଟାଲରେ ହେଲା ମୃତ୍ୟୁ

ହାଥରସ: ହାଥରସରେ ଦଳିତ ଯୁବତୀଙ୍କୁ ୪ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ପୀଡିତାଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତାତି ଥିମି ନଥିବା ବେ‌ଳେ ହାଥରସରେ ଆଉ ଜଣେ ଶିଶୁ ଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ୬ ବର୍ଷର ନିରୀହ ଶିଶୁକୁ ତାର ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଶୋଚନୀୟ ହୋଇପଡ଼ିବାରୁ ସ୍ଥାନୀୟ ହସ୍ପିଟାଲରୁ ତାକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।

Hathras: Child victim of rape dies in Aligarh, family alleges wrong person has been arrested
www.google.com

ଶିଶୁର ବାପା ଅଭିଯୋଗ କରି କହିଛନ୍ତି, ମୃତ ଶିଶୁର ମା’ଙ୍କ ମୃତ୍ୟୁ ୭ ମାସ ପୂର୍ବରୁ ହୋଇଥିଲା। ମା’ର ମୃତ୍ୟୁ ପରେ ଶିଶୁକୁ ତାଙ୍କ ମାଉସୀ ନିଜ ସହ ତାଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ୧୦ ଦିନ ପୂର୍ବରୁ ତାଙ୍କ ଝିଅ ସହ ଖରାପ କାମ କରାଯାଇଥିଲା। ଏହାପରେ ତାର ଚିକିତ୍ସା ନ କରି ତାକୁ ବାଥରୁମରେ ବନ୍ଦ କରି ଦେଇଥିଲେ।

ଫଳରେ ଝିଅ ଭୟରେ ବାଥରୁମ ଭିତରେ କାନ୍ଦିବାକୁ ଲାଗିଥିଲା। ତେ‌ବେ ଘର ବାହାରେ ଖେଳୁଥିବା ପିଲାମାନେ ଶିଶୁର କାନ୍ଦ ଶୁଣି ସେମାନଙ୍କ ପରିବାରଙ୍କୁ କହିଥିଲେ। ଏହାପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ଚାଇଲ୍ଡ ହେଲ୍ପ ଲାଇନ ସାହାଯ୍ୟରେ ଶିଶୁକୁ ଉଦ୍ଧାର କରାଯାଇ ଆଲିଗଡ ମଉସା ଓ ତାଙ୍କ ପୁଅ ବିରୋଧରେ ଆଇପିସିର ଧାରା ୩୨୩, ୩୪୨, ୩୭୬, ୧୨୦ବି ରେ ମାମଲା ରୁଜ୍ଜୁ କରାଯାଇଛି। ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର