ତୋଙ୍କ: ତେଲେଙ୍ଗାନାର ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଲୋକଙ୍କ ମନରେ ନଲିଭୁଣୁ ରାଜସ୍ଥାନର ଏକ କୁନି ଝିଅ ସହ ଘଟିଯାଇଛି ଅନୁରୂପ ଘଟଣା। ଜାଣିବାକୁ ମିଳିଛି ଯେ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଜଣେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତା ନିଜ ବେଲ୍ଟରେ ଗଳା ଚିପି ତା’ର ହତ୍ୟା କରାଯାଇଛି। ଶନିବାର (ନଭେମ୍ବର ୩୦)ରେ ହେଉଥିବା ତାଙ୍କ ସ୍କୁଲ୍ର ଖେଳ କାର୍ଯ୍ୟକ୍ରମରେ ଝିଅଟି ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ପରଦିନ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଛି।
ଏହି ଘଟଣା ନେଇ ଷ୍ଟେସନ୍ ହାଉସ ଅଧିକାରୀ ବିଜୟ ଶଙ୍କର ଶର୍ମା କହିଛନ୍ତି, ‘ପ୍ରାଥମିକ ତଦନ୍ତରୁ ଆମେ ଜାଣିବାକୁ ପାଇଛୁ ଯେ ଝିଅଟିର ବେକକୁ ତା’ ନିଜ ବେଲ୍ଟରେ ଚପା ଯାଇ ହତ୍ୟା କରାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଦେଖିଛନ୍ତି। ଆମେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛୁ। ଘଟଣାର ତଦନ୍ତ ଆରମ୍ଭ ହୋଇଛି।’
ଖେତାଧି ଅଞ୍ଚଳର ଏକ ଗାଁର ବୁଦା ମୂଳରୁ ଝିଅଟିକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ପୁଲିସ୍ ଜଳଖିଆ, ମଦ ବୋତଲ ଓ ବିସ୍କୁଟ୍ ପାଇଛି। ଝିଅଟି ସ୍କୁଲ୍ କାର୍ଯ୍ୟ ପରେ ଆଉ ଘରକୁ ନଫେରିବାରୁ ପରିବାର ଲୋକ ପୁଲିସ୍ରେ ଖବର ଦେଇ ଖୋଜାଖୋଜି ଆରମ୍ଭ କରିଥିଲେ।