ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ଘରୋଇ ସ୍କୁଲରେ ପ୍ରଥମ ଶ୍ରେଣୀର ଛାତ୍ରୀକୁ ଅସଦାଚଣର କରିବା ଘଟଣା ସମଗ୍ର ଅଞ୍ଚଳରେ ପୁଣି ଆଲୋଡନ ଖେଳାଇ ଦେଇଛି। ୬ବର୍ଷର ଏହି ପୀଡିତାଙ୍କ ଏମ୍ସରେ ଚିକତ୍ସା ଚାଲିଛି।
କିଛିଦିନ ତଳେ ଦିଲ୍ଲୀ ଗୁରୁଗ୍ରାମର ରେୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ୭ବର୍ଷର ଛାତ୍ର ପ୍ରଦ୍ୟୁମ୍ନଙ୍କୁ ସ୍କୁଲର ଟୟଲେଟ ନିକଟରେ ବୀଭତ୍ସଭାବେ ହତ୍ୟା କରିବାର ଲୋମ ଟାଙ୍କୁରା ଘଟଣାର ଚର୍ଚ୍ଚା ଥମି ନ ଥିଲା ବେଳେ ପୁଣି ଥରେ ସ୍କୁଲ ପରିସରରେ ଏଭଳି ଏକ ଘଟଣା ସମାଲୋଚନାରେ ବିଷୟବସ୍ତୁ ପାଲଟିଛି। ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଦକ୍ଷିଣ ଦିଲ୍ଲୀରେ ଏକ ଘରୋଇ ସ୍କୁଲରେ ପାଠ ପଢ଼ୁଥିବା ୬ ବର୍ଷର ଛାତ୍ରୀ ସହିତ ଟୟଲେଟରେ ସ୍କୁଲର ସଫେଇ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ୬ବର୍ଷର ଛାତ୍ରୀ ପ୍ରଥମ ଶ୍ରେଣୀରେ ପାଠ ପଢ଼େ। ସ୍କୁଲରୁ ଫେରିବା ପରେ ପୀଡିତା ନେହା (ଛଦ୍ମନାମ)ନିଜ ପିତା-ମାତାଙ୍କୁ ଜଣାଇଥିଲା କି, ସେ ଆଜି ସ୍କୁଲର ଟୟଲେଟକୁ ଯାଇଥିଲା, ବାହାରେ ବସିଥିବା ଜଣେ ମହିଳା କର୍ମଚାରୀଙ୍କୁ ତା’ ପାଖରେ ଛିଡା ହେବା ପାଇଁ ଡାକିଥିଲା। ହେଲେ ମହିଳା କର୍ମଚାରୀ ଜଣକ ଛାତ୍ରୀର କଥା ଶୁଣି ପାରି ନ ଥିଲେ। ସେହିବାଟ ଦେଇ ଯାଉଥିବା ସ୍କୁଲର ସଫେଇ କର୍ମଚାରୀ ନେହା ପାଖକୁ ଆସିଥିଲା ଏବଂ ଟୟଲେଟ ଭିତରେ ତା’ସହିତ ଅସଦାଚଣ କରିବା ଆରମ୍ଭ କରିଦେଇଥିଲା। ଏହାପରେ ପୀଡିତାଙ୍କ ପିତାମାତା ସ୍କୁଲ ଯାଇ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ।
ଯେଉଁ ସଫେଇ କର୍ମଚାରୀଙ୍କ ନାମରେ ପୀଡିତା ଅସଦାଚଣର ଆରୋପ ଲଗାଇଛନ୍ତି ସେ ୪ମାସ ପୂର୍ବରୁ ସ୍କୁଲରେ ଜଏନ୍ କରିଥିଲା। ପୁଲିସ ଅଭିଯୁକ୍ତ ସଫେଇ କର୍ମଚାରୀଙ୍କ କୌଣସି ଭେରିଫିକେସନ୍ କରି ନ ଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/05-1507195864-rape-girl-images14-10-1494418919.jpg)