୬ବର୍ଷୀୟ ଶିଶୁ ସହ ଏକାଧିକ ଥର ଦୁଷ୍କର୍ମ କରିବା ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ୩୦ବର୍ଷୀୟ ଯୁବକ

ଅଗରତାଲା : ଏଇ କିଛି ବର୍ଷ ମଧ୍ୟରେ ଦୁଷ୍କର୍ମର ବିଭିନ୍ନ ଘଟଣା ସାମ୍ନାକୁ ଆସି ସାରିଛି। ରୋକିବା ପାଇଁ ଅନେକ କଡ଼ା ଆଇନ ତିଆରି କରାଯାଉଥିଲେ ମଧ୍ୟ ପ୍ରତିଦିନ ଦେଶର ଭିନ୍ନ ଭିନ୍ନ କୋଣରେ ଦୁଷ୍କର୍ମ ହେଉଥିବା ଖବର ସାମ୍ନାକୁ ଆସୁଛି। ଏବେ ପୁଣି ସେଭଳି ଏକ ଘଟଣା ଘଟିଛି ତ୍ରିପୁରାରେ। ଜଣେ ୬ବର୍ଷୀୟା ଶିଶୁ ସହ ଦୁଷ୍କର୍ମ ଭଳି ଅପରାଧ କରିବା ସହ ଅତି ନୃଶଂସ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ଦକ୍ଷିଣ ତ୍ରିପୁରାରେ ଘଟିଥିବା ବେଳେ ଅଭିଯୁକ୍ତ କଚାକଲାକୁ ଗିରଫ କରିଛି ପୁଲିସ।

ପୁଲିସର କହିବା ଅନୁଯାୟୀ, ଗୁରୁବାର ପୀଡ଼ିତା ଅଭିଯୁକ୍ତର ଝିଅ ସହ ଖେଳୁଥିଲେ। ପାଖରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ପୀଡ଼ିତାଙ୍କୁ ପାଖ ଜଙ୍ଗଲକୁ ନେବା ସହ ସେଠାରୁ ଏକାଧିକ ଥର ଦୁଷ୍କର୍ମ କରିଥିଲେ। ପରେ ଧରା ପଡ଼ିଯିବା ଡ଼ରରେ ଅଭିଯୁକ୍ତ ପୀଡ଼ିତାଙ୍କୁ ସେଠାରେ ହତ୍ୟା କରି ଫିଙ୍ଗି ଦେଇଥିଲେ। ଶବ ମିଳିବା ପରେ ପୀଡ଼ିତାଙ୍କ ବେକ ଏବଂ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ପାଇଥିଲା ପୁଲିସ।

मुंबई आस पास

ଘଟଣା ପରେ ପୀଡ଼ିତାଙ୍କ ବାପା ଶିଲାଚେରୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ, ଯାହା ପରେ ଆଇପିସି ଧାରା ୩୬୩, ୩୭୬(ଏ), ୩୭୬(ଏବି), ୩୦୨, ୨୦୧ ଏବଂ ପୋକସୋ ଆକ୍ଟ ୬ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଘଟଣାର ଖବର ପାଇ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚାରିବା ପରେ ଏକାଧିକ ଥର ଦୁଷ୍କର୍ମ କରି ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିଥିବା ସ୍ବୀକାର କରିଥିଲା ଅଭିଯୁକ୍ତ। ଯାହା ପରେ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର