ମୁମ୍ବାଇ: ମୁମ୍ବାଇର କୁର୍ଲା ଅଞ୍ଚଳରେ ଜଣେ ୬ବର୍ଷୀୟା ଶିଶୁ ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ଜଣଙ୍କ ୬୧ବର୍ଷୀୟ ବୃଦ୍ଧ ବୋଲି ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରି ନେଇଥିବା ଜଣାପଡ଼ିଛି। ଘଟଣାଟି ଡିସେମ୍ବର ୧ରେ ଘଟିଥିଲା। ପୀଡ଼ିତା ନିଜ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ଚକୋଲେଟର ଲୋଭ ଦେଖାଇ ଅଭିଯୁକ୍ତ ଏଭଳି ଅପରାଧ କରିଥିଲା।

Advertisment

Image result for miner rape Hindustan Times

ସୂଚନା ମୁତାବକ, ଡିସେମ୍ବର ୩ରେ ପୀଡ଼ିତା ନିଜ ପରିବାରକୁ ଗୁପ୍ତାଙ୍ଗରେ ଯନ୍ତ୍ରଣା ବିଷୟରେ ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କ ଯନ୍ତ୍ରଣା ବିଷୟରେ ଜାଣି ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇଥିଲେ। ପରୀକ୍ଷା ପରେ  ଶିଶୁ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ କରିଥିଲେ ଡାକ୍ତର। ଦୁଷ୍କର୍ମ ବିଷୟରେ ଜାଣି ପରିବାର ଲୋକେ ପୀଡ଼ିତାଙ୍କୁ କିଭଳି ଘଟିଲା ବୋଲି ପଚାରିବା ପରେ ସେ ଅଭିଯୁକ୍ତର ନାଁ ନେଇଥିଲେ। ସବୁ ଜାଣିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ବିନୋବା ଭବେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏବେ ଅଭିଯ‌ୋଗ ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣାପଡ଼ିଛି।