ଭୁବନେଶ୍ବର: ଜମି ଦେବା ନାଁରେ ୬୨ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ପଶ୍ଚିମବଙ୍ଗ ଅଞ୍ଚଳର କମଳେଶ ବାହାଦୁର(୪୬)। ପୁଲିସ ସୂଚନା ମୁତାବକ, ୨୦୧୮ ମସିହାରେ କମଳେଶ ପୋଖରୀପୁଟ ଅଞ୍ଚଳର ଶିବ ପ୍ରସାଦ ମହାପାତ୍ରଙ୍କୁ ବାସୁଆଘାଇସ୍ଥିତ ତାଙ୍କ ଘର ନିକଟ ଜମିକୁ ବିକ୍ରି କରିବା ପାଇଁ କହିଥିଲା। ଏଥିପାଇଁ ସେ ଶିବଙ୍କଠାରୁ ବିଭିନ୍ନ ସମୟରେ ସମୁଦାୟ ୬୨ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ସେ ବେଙ୍ଗାଲୁରୁ ଚାଲି ଯାଇଥିଲା। ଜମି ରେଜିଷ୍ଟ୍ରି ପାଇଁ ଶିବ ଯୋଗାଯୋଗ କରିବାରୁ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। କିଛି ମାସ ତଳେ ଶିବ ଟଙ୍କା ମାଗିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଏନେଇ ଶିବ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେ ବେଙ୍ଗାଲୁରୁରେ ଥିବା ଜାଣିବା ପରେ ପୁଲିସର ଏକ ଟିମ୍ ସେଠାରୁ ତାଙ୍କୁ ଗିରଫ କରିଥିଲା।
ଜମି ଦେବା ନାଁରେ ୬୨ଲକ୍ଷ ଟଙ୍କା ଠକେଇ, ଜମି ମାଲିକ ଗିରଫ
/sambad/media/post_attachments/wp-content/uploads/2019/11/arrest-aajtak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)