ଆଦିତ୍ୟନାଥଙ୍କ ବିରୋଧରେ ମାମଲା କରିଥିବା ପର୍‌ଭେଜ୍‌ ଦୁଷ୍କର୍ମ ଅଭିଯୋଗରେ ଗିରଫ

ଗୋରଖପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ୨୦୦୭ ମସିହାରୁ ବିଭିନ୍ନ କୋର୍ଟରେ ଅଭିଯୋଗ ଆଣିଥିବା ୬୪ ବର୍ଷିଅ ଅଭିଯୋଗକାରୀଙ୍କୁ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଙ୍ଗଳବାର ଗିରଫ କରାଯାଇଛି।

ଏ ସଂପର୍କରେ ସହରର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ବିନୟ ସିଂହ କହିଛନ୍ତି କି ‘ପୀଡ଼ିତା ମହିଳା ଅଭିଯୋଗ ଆଣିଛନ୍ତି ସେ ଅଭିଯୁକ୍ତ ପର୍‌ଭେଜ୍‌ ପରଭାଜ ଓ ମହମ୍ମଦ ଓରଫ ଜୁମାନଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳା ଜଣକ ଜୁମାନଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଏପରି କାଣ୍ଡ ଘଟିଛି। ଡାକ୍ତରୀ ପରୀକ୍ଷା ପରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ସ୍ପଷ୍ଟ ହୋଇଛି।’

ପୁଲିସ ସୁପରିଟେଣ୍ଡେଣ୍ଟ୍‌ଙ୍କ କହିବା ମୁତାବକ, ପରଭେଜଙ୍କୁ ମଙ୍ଗଳାବାର କୋତଓ୍ଵାଲି ପୁଲିସ୍‌ ଷ୍ଟେସନ୍‌ର ନକାସ ଅଞ୍ଚଳରୁ ଗିରଫ କରାଯିବା ପରେ ବୁଧବାର ନ୍ୟାୟିକ ହେପାଜତରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦୭ ମସିହା ଜାନୁଆରି ୨୭ ତାରିଖରେ ସାମାଜିକ କର୍ମୀ ପରଭେଜ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ କେତେ ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ। ଦୁଇ ବର୍ଗ ମଧ୍ୟରେ ସାଂପ୍ରଦାୟିକ ଘୃଣା ବୃଦ୍ଧି କରାଉଛନ୍ତି ବୋଲି  ଆଦିତ୍ୟନାଥଙ୍କ ନାମରେ ଏକ ମାମଲା  ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର