ସ୍ୱାମୀଙ୍କୁ ବାହାରେ ରହିବାକୁ କହି ଗୁପ୍ତରେ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍‌ କରୁଥିଲେ ଡାକ୍ତର, ଝରକା ଫାଙ୍କରୁ ଦେଖି ପକାଇଲେ ସ୍ୱାମୀ

ଚେନ୍ନାଇ: ଚେନ୍ନାଇରେ ଘଟିଯାଇଛି ଏକ ଲଜ୍ଜାକର ଘଟଣା। ଡାକ୍ତରମାନଙ୍କୁ ଲୋକେ ଦ୍ୱିତୀୟ ଭଗବାନର ଆଖ୍ୟା ଦେଇଥିବା ବେଳେ ଚେନ୍ନାଇର ଜଣେ ଡାକ୍ତର ତାଙ୍କ ନିକଟରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଏକ ମନ୍ଦ ଉଦାହରଣ ସାଜିଛନ୍ତି। ଡାକ୍ତର ଜଣକ ହେଉଛନ୍ତିି ୬୪ ବର୍ଷିଅ ଏମ୍‌. ଶିବଗୁରୁନାଥନ୍‌। ସେ ତାଙ୍କର ମହିଳା ରୋଗୀଙ୍କର ଅଶ୍ଳୀଳ ଭିଡିଓ କରୁଥିବା ବେଳେ ନିଜେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ହାତରେ ଧରାପଡ଼ିଥିଲେ। ଶୁକ୍ରବାର ମାଲାପୋର୍‌ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୯ ବର୍ଷୀୟା ଏହି ପୀଡ଼ିତା ମହିଳା ଜଣଙ୍କର ହଠାତ ପ୍ରବଳ ମାତ୍ରାରେ ଛାତି ଯନ୍ତ୍ରଣା ହେବାରୁ ସେ ଶିବଗୁରୁନାଥନଙ୍କ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥିଲେ। କ୍ଲିନିକ୍‌ରେ ପହଞ୍ଚିବା ପରେ ଡାକ୍ତର ଶିବଗୁରୁନାଥନ ମହିଳାଙ୍କ ସ୍ୱାମୀଙ୍କୁ କାଉନ୍‌ସେଲିଂ ରୁମ୍‌ ବାହାରେ ଅପେକ୍ଷା କରିବାକୁ କହିଥିଲେ। ତା’ପରେ ଶିବଗୁରୁନାଥନ ମହିଳାଙ୍କୁ ଭିତର ରୁମ୍‌କୁ ନେଇ ପୋଷାକ ଖୋଲିବାକୁ କହିଥିଲେ। ଏପଟେ ଚାଲାକ କରି ଶିବଗୁରୁନାଥନ ନିଜ ମୋବାଇଲ୍‌କୁ ଭିଡିଓ ରେକର୍ଡିଂ ମୋଡ୍‌ରେ ରଖି ଦେଇଥିଲେ। ଯୋଗକୁ ମହିଳାଙ୍କ ସ୍ୱାମୀ ଝରକା ବାହାରେ ଏସବୁକୁ ଦେଖି ପକାଇଥିଲେ।

କ୍ରୋଧରେ ଆସି ମହହିଳାଙ୍କ ସ୍ୱାମୀ ଡାକ୍ତରଙ୍କ ପାଖକୁ ଯାଇ ତାଙ୍କୁ ଧମକଚମକ କରିଥିଲେ। ଶିବଗୁରୁନାଥନ ଅଭିଯୋଗକୁ ଅସ୍ୱୀକାର କରିବା ସହ ତତ୍‌କ୍ଷଣାତ ମୋବାଇଲ୍‌ରୁ ଭିଡିଓଟି ଡିଲିଟ୍‌ କରିବା ସହ ମେମୋରି କାର୍ଡକୁ ଫୋପାଡ଼ି ଦେଇଥିଲେ। ଦମ୍ପତ୍ତି ତତ୍‌କ୍ଷଣାତ ତାଙ୍କର କିଛି ବନ୍ଧୁ ଏବଂ ପୁଲିସ୍‌ଙ୍କୁ ଏ ସଂପର୍କରେ ସୂଚୀତ କରିଥିଲେ। ପୁଲିସ୍‌ ଆସି କ୍ଲିନିକ୍‌ ତଲାସି ନେବାରୁ ଶିବଗୁରୁନାଥନଙ୍କର ଆଉ ଏକ ମୋବାଇଲରୁ ଭିନ୍ନ ଭିନ୍ନ ରୋଗୀଙ୍କର ପ୍ରାୟ ସେହିପରି ୩୦ଟି ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ଡାକ୍ତରଙ୍କୁ ପୁଲିସ୍‌ ଗିରଫ କରିଛି।

ସମ୍ବନ୍ଧିତ ଖବର