ଗାନ୍ଧୀନଗର: ଗୁଜୁରାଟର କୁୁଚୁଠାରେ ଏକ ଟ୍ରକ୍ରେ ଆଟୋ ବାଡ଼େଇ ହୋଇ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି। ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କୁଚୁସ୍ଥିତ ମାନ୍କୁଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିିଛି। ସୂଚନା ପାଇବା ପରେ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି।
Gujarat: 7 dead and 10 injured after an auto collided with a truck near Mankuwa area of Kutch, earlier today. More details awaited. pic.twitter.com/1VyhpMBwzr
— ANI (@ANI) July 15, 2019
ପୁଲିସ୍ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକମାନଙ୍କୁ ଏଯାବତ୍ ଚିହ୍ନଟ କରାଯାଇନାହିଁ। ଏହି ଦୁର୍ଘଟଣାଟି କିପରି ଘଟିଥିଲା ତାହା ଠିକ୍ ଭାବେ ଜଣାପଡ଼ିନଥିଲେ ବି ଅଟୋଚାଳକ ଜଣକ ଓଭର୍ଟେକ୍ କରିବାରୁ ଏପରି ଘଟିଛି ବୋଲି କେହି କେହି ବୟାନ ଦେଇଛନ୍ତି।