୭ ଲକ୍ଷ ଟଙ୍କାର ଅବକାରୀ ଜବତ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଗୋଟିଏ ବଡ଼ ନିଶା ମାଫିଆ ଗ୍ୟଙ୍ଗ ଧରାପଡ଼ିଛନ୍ତି। ମାଫିଆ ଗ୍ୟାଙ୍ଗର ୪ ଜଣ ସଦସ୍ୟ ୫୦ କେଜି ଗଞ୍ଜେଇ ଓ ୪୦୦ କେଜି ଭାଙ୍ଗ ମଙ୍ଗୁଳି ରାସ୍ତାରେ ଭଦ୍ରକ ଚାଲାଣ ବେଳେ ଧରା ପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମନୋଜ ନାୟକ(୩୫), ପବିତ୍ର ବର୍ଦ୍ଧନ(୫୨), ସ˚ଜୟ ଲିମା(୩୬), ପ୍ରଦୀପ ଲିମା(୬୩)। ଏହି କାରବାରରେ ବ୍ୟବହାର ହେଇଥିବା ମହିନ୍ଦ୍ରା ପିକ୍‌ଅପ୍‌(ଓଆର‌୍‌ ୦୨ଏଏମ୍‌ ୨୬୫୮) ଓ ଟାଟା କ୍ବାଲିସ୍‌(ଓଆର‌୍‌-୧୪ଜେ-୩୭୭୪) ଗାଡ଼ିକୁ ଅବକାରୀ ଗୁଇନ୍ଦା ବିଭାଗ ଜବତ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ଗଜପତିରୁ ଦୁଇଟି ଚାରିଚକିଆ ଗାଡ଼ିରେ ଭାଙ୍ଗ ଓ ଗଞ୍ଜେଇ ଭଦ୍ରକକୁ ଚାଲାଣ କରାଯାଉଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ବିଭାଗର ଅଫିସରମାନେ ମଙ୍ଗୁଳି ଟୋଲ୍‌ଗେଟ୍‌ ନିକଟରେ ପୂର୍ବରୁ ଜଗି ରହିଥିଲେ। ଗାଡ଼ି ସେହି ରାସ୍ତାରେ ଅତିକ୍ରମ କଲାବେଳେ ଏହି ଟିମ୍‌ ୪ ମାଫିଆଙ୍କୁ କାବୁ କରି ନେଇଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଭାଙ୍ଗର ମୂଲ୍ୟ ୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି। ଏହି ଚଢ଼ଉରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ସମେତ ଏସ୍‌ଆଇ ଧନଞ୍ଜୟ ପାତ୍ର, ପ୍ରଦୀପ ବେହେରା, କିଶୋର ଚନ୍ଦ୍ର ରାଉତ, ମମତା ଦାସ, ରାମଚନ୍ଦ୍ର ଜେନା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର