ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଗୋଟିଏ ପରିବାରର ଅନ୍ୟୂନ ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି।
ରାଞ୍ଚି ଅନ୍ତର୍ଗତ କାନ୍କେ ଥାନା ଅଧୀନ ଅଞ୍ଚଳରେ ବାସ କରୁଥିବା ଏକ ପରିବାର ଏହି ଗଣଆତ୍ମହତ୍ୟା କରିଥିବା ଖବର ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଥିଲେ ବି ଏହାର କାରଣ ଜଣାପଡ଼ି ନାହିଁ।
ଏ ମାସର ଆଦ୍ୟ ଭାଗରେ ଝାଡ଼ଖଣ୍ଡ ଅନ୍ତର୍ଗତ ହଜାରିବାଗର ଏକ ଆପାର୍ଟମେଣ୍ଟ୍ରେ ଗୋଟିଏ ପରିବାରର ଛଅଜଣ ସଦସ୍ୟ ଆତ୍ମହତ୍ୟା କରିଥିଲେ। ଆର୍ଥିକ ବୋଝ ଉକ୍ତ ଆତ୍ମହତ୍ୟାର କାରଣ ଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/suicide-3.jpg)