ବାରଙ୍ଗ: ତ୍ରିଶୁଳିଆ ବଜାରରେ ଚୋରା ମୋବାଇଲ୍ ଫୋନ୍ ବିକିବା ଅଭିଯୋଗରେ ବାରଙ୍ଗ ଥାନା ପୁଲିସ ଗତକାଲି ସନ୍ଧ୍ୟାରେ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିଭିନ୍ନ କମ୍ପାନିର ୭ଟି ଚୋରା ମୋବାଇଲ୍ ଫୋନ୍ ଜବତ ହୋଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଜଗତପୁର ଥାନା ଅଧୀନ ଓସିସି କଲୋନୀର ବାପୁ ଓରଫ ଭାଗ୍ୟଧର ଆଚାର୍ଯ୍ୟ, କଟକ ପୁରୀଘାଟ ଥାନା ହରିପୁର ଦୁର୍ଗା ମଣ୍ତପ ଅଞ୍ଚଳର ବୁଧିଆ ଓରଫ ଦୀପକ ମୁଦୁଲି, କଟକ ମାଲଗୋଦାମ ଥାନା କଲେଜ ଛକ ପିଲଗ୍ରିମ୍ ରୋଡର ମୁନା ଓରଫ ରିକି ପରିଡା ଓ କେନ୍ଦୁଝର ଜିଲ୍ଲା ବାମେବାରି ଥାନା କାଳିମାଟି ଗ୍ରାମର ରାଜୁ ଓରଫ ରାଜୁ ମୁଣ୍ତା।