ଅବସରପ୍ରାପ୍ତ କ୍ୟାପ୍‌ଟେନ୍‌ଙ୍କୁ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ୨୦୦୬ର ନୌସେନା ଓ୍ଵାର୍‌ ରୁମ୍‌ ତଥ୍ୟ ପ୍ରଘଟ ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟ ପୂର୍ବତନ କ୍ୟାପ୍‌ଟେନ୍‌ ସଲାମ୍‌ ସିଂହ ରାଠୋରଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସ୍ୱତନ୍ତ୍ର ସିବିଆଇ ବିଚାରପତି ଏସ୍‌ କେ ଅଗରଓ୍ଵାଲ କହିଛନ୍ତି, ସଲାମ୍‌ ସିଂହ ଜାତୀୟ ନିରାପତ୍ତାକୁ ହାନି ପହଞ୍ଚାଇବା ଭଳି ସଙ୍ଗିନ ଅପରାଧ ଘଟାଇଛନ୍ତି। ତାଙ୍କୁ ସରକାରୀ ଗୁପ୍ତ ଆଇନ, ୧୯୨୩ର ଧାରା ୩ (୧) ଗ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ସମ୍ବନ୍ଧିତ ଖବର