ଗଛରୁ କୋଳି ତୋଳି ଦେବାରୁ ପଡ଼ିଶା ଲୋକ କୂଅରେ ଫିଙ୍ଗି ଦେଇଥିଲେ, ଯନ୍ତ୍ରଣାରେ ଦୁଇଦିନ ଧରି ଛଟପଟ ହୋଇଥିଲା ଶିଶୁ

କାନପୁର: କାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଳି ତୋଳି ଦେଇଥିବାରୁ ରାଗି ଯାଇ ପଡ଼ିଶାଘର ଲୋକ ଶିଶୁକୁ ଏକ କୂଅରେ ଫିଙ୍ଗି ଦେଇଥିଲେ। ଦୁଇଦିନ ଉକ୍ତ କୂଅରେ ଯନ୍ତ୍ରଣାରେ ଛଟପଟ ହେବା ପରେ ପୁଲିସ ସାହାଯ୍ୟରେ ଶିଶୁକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପାରିଥିଲା।

ଏଭଳି ଏକ ଘଟଣା କାନପୁର ବିଲହୋରରେ ଘଟିଛି। ଏଠାରେ ଥିବା ଏକ ୨୦ଫୁଟ ଗଭୀର କୂଅରେ ଶିଶୁଟି ଦୁଇଦିନ ପର୍ଯ୍ୟନ୍ତ ପଡ଼ି ରହିଥିଲା। କୁହାଯାଉଛି କି ଗତ ରବିବାର କୋଳି ତୋଳିବା ପାଇଁ ଶିଶୁ ସତ୍ୟମଙ୍କ ବଗିଚାକୁ ଯାଇଥିଲା। ସତ୍ୟମ ଶିଶୁକୁ କୋଳି ତୋଳିବା ପାଇଁ ମନା କରି ଦେଇଥିଲା। ଶିଶୁଟି କଥା ନ ଶୁଣିବାରୁ ସତ୍ୟମ ରାଗି ଯାଇ ନିକଟସ୍ଥ ଏକ ଗଭୀର କୂଅରେ ତାକୁ ପିଙ୍ଗି ଦେଇଥିଲା। ଆଉ କୂଅକୁ ଢ଼ାଙ୍ଗି ଦେଇଥିଲା।

बेर तोड़ने पर 7 साल की बच्ची को पड़ोसी ने कुएं में फेंका.

ଶିଶୁକୁ ନପାଇବାରୁ ପରିବାର ଲୋକ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ବି କିଛି ନ ଜାଣିଲା ପ‌ରି ପରିବାରଲୋକ ଓ ପୁଲିସ ସହିତ ମିଶି ଖୋଜାଖୋଜି ଆରମ୍ଭ କରିଥିଲା।

ପୁଲିସ ବହୁ ‌ଖୋଜାଖୋଜି ପରେ ନିକଟସ୍ଥ କୂଅ ଉପରେ ଢ଼ଙ୍କା ଯାଇଥିବା କାଠର ଢ଼ାଙ୍କୁଣୀକୁ କାଢ଼ି ଦେଖିଲା ବେଳକୁ ସେଠାରୁ ଶିଶୁର କାନ୍ଦିବା ସ୍ବର ଶୁଣା ଯାଇଥିଲା। ଏହାପରେ ପୁଲିସ କୂଅ ଭିତକୁ ରଶି ଫିଙ୍ଗି ଶିଶୁକୁ ଉକ୍ତ କୂଅ ଭିତରୁ ଉଦ୍ଧାର କରିଥିଲା। ସୌଭାଗ୍ୟବଶତଃ ଅନେକ ଦିନ ହେବ ଏହି କୂଅକୁ କେହି ବ୍ୟବହାର କରୁ ନଥିବାରୁ ଏଥିରେ ପାଣି ଶୁଖି ଯାଇଥିଲା।

ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଶିଶୁଟିର ଏଭଳି ଅବସ୍ଥା ସତ୍ୟମ କରିଥିବା ଜଣାପଡ଼ିବା ପରେ ପୁଲିସ ଅଭିଯୁକ୍ତ ବିରୋଧରେ ୩୦୭ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଗିରଫ କରିଛି।

ସମ୍ବନ୍ଧିତ ଖବର