ପଡ଼ିଶା ଘର କବାଟ ପାଖରେ ଛେଳି ବାନ୍ଧିଥିଲା ୭ ବର୍ଷର ପିଲା , ରାଗିଯାଇ ତାକୁ ଜାଳି ଦିଆଗଲା

ମୁମ୍ବାଇ:ମୁମ୍ବାଇର ନାଲାସୋପାରା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳକକୁ ଜୀବନ୍ତ ଦଗ୍ଧ କରିବାର ଘଟଣା ସାମ୍ନାକୁ ଆସିଛି। ତାର ଦୋଷ କେବଳ ଏତିକି ଥିଲା ଯେ ସେ ପଡ଼ିଶା ଘରର କବାଟ ପାଖରେ ଛେଳି ବାନ୍ଧିଥିଲା। ଏହାପରେ ଦୁଇ ପଡ଼ୋଶୀ ପେଟ୍ରୋଲ୍‌ ଢାଳି ତାକୁ ଜୀବନ୍ତ ଜଳାଇ ଦେଲେ। ସାତ ଦିନ ଧରି ପୀଡ଼ିତ ନାବାଳକ ହସ୍ପିଟାଲରେ ମୃତ୍ୟୁସହ ସଂଘର୍ଷ କରି ଅବଶେଷରେ ପ୍ରାଣ ହରାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୭ ବର୍ଷର ନାବାଳକ ଫୈଜାନ୍‌ କୁରେସୀ ଦ୍ୱିତୀୟ ଶ୍ରେଣୀର ଛାତ୍ର ଥିଲା। ତା’ର ବାପା ଇଜହାର୍‌ କୁରୈସୀ,ମାଆ ସମୌଜା ଓ ଦୁଇ ବଡ଼ ଭଉଣୀ ସହିତ ନାଲାସୋପାରାର ସନ୍ତୋଷର ବନର ତଳ ମହଲାରେ ରହୁଥିଲେ। ଫୈଜାନ୍‌ ନିଜର ଛେଳିକୁ ପଡୋଶୀ ଘର କବାଟ ପାଖରେ ବାନ୍ଧି ଦେଇଥିଲା। ଏଥିରେ କ୍ଷୁବ୍ଧ ହୋଇ ଆଲୋକ ଶ୍ରୀବାସ୍ତବ ଓ ଆକାଶ ଶ୍ରୀବାସ୍ତବ ଫୈଜାନ୍‌ ଉପରେ ପେଟ୍ରୋଲ ଢାଳି ଜୀବନ୍ତା ଜଳାଇ ଦେଲେ। ଘଟଣା ସମୟରେ ଫୈଜାନର ବାପା ମାଆ ଘରେ ନଥିଲେ। ମୃତ୍ୟୁ ପୂର୍ବରୁ ଫୈଜାନ୍‌ କହିଥିଲା ଯେ ଆକାଶ ଓ ଆଲୋକ ତାକୁ ପ୍ରଥମେ ଖୁଣ୍ଟରେ ବାନ୍ଧି ଦେଇଥିଲେ,ତା’ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର