ପ୍ରଥମେ ବିରିୟାନି ଓ ଏବେ ସିଙ୍ଗଡାରୁ ମଲା ଝିଟିପିଟି ବାହାରିବା ଅଭିଯୋଗ କରିଥିଲେ ଏହି ବ୍ୟକ୍ତି, ଯାଞ୍ଚ ପରେ ଘଟଣା ଓଲଟା ଥିବା ଜଣାପଡ଼ିଲା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ସରକାରୀ ତଥା ଘରୋଇ ଫୁଡ ଆଉଟଲେଟ ଖାଦ୍ୟରୁ କିଛି ଅଖାଦ୍ୟ ମିଶିଥିବା ଖବର ସାମ୍ନାକୁ ଆସିଥାଏ। ଯେମିତି କି ମଲା ଝିଟିପିଟି, ମୂଷା, ତ କେତେବେଳେ ଅସରପା । ଏମିତି ଏକ ମାମଲା ଜବଲପୁର ରେଲେଓ୍ଵ ଷ୍ଟେସନ୍‌ରେ ଘଟିଥିବା ଜଣାପଡ଼ିଛ। ତେବେ ଯାଞ୍ଚ ପରେ ଘଟଣା ଓଲଟ ଥିଲା।

ସୁରେନ୍ଦ୍ର ପାଲ ନାମକ ଜଣେ ବ୍ୟକ୍ତି ସରକାରୀ ଷ୍ଟଲରୁ ସିଙ୍ଗଡା କିଣିଥିଲେ। ସେଥିରୁ ମଲା ଝିଟିପିଟି ବାହାରିଥିବା ସେ ଅଭିଯୋଗ କରିଥିଲେ। ଏହି ମାମଲାକୁ ବରିଷ୍ଠ ଡିସିଏମ ବସନ୍ତ କୁମାର ଶର୍ମା ଗୁରୁତ୍ୱର ସହ ନେଇଥିଲେ। ଏବଂ ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ଏଭଳି ଘଟଣା ପୂର୍ବରୁ ବି ଘଟିଥିବା ସେ ଜାଣିବାକୁ ପାଇଥିଲେ।

ଶର୍ମାଙ୍କୁ ମନେ ପଡ଼ିଲା କି ଏହି ବ୍ୟକ୍ତି କିଛିଦିନ ପୂର୍ବରୁ ଗୁନ୍ତକାଲ ରେଳେଓ୍ଵ ଷ୍ଟେସନ୍‌ରେ ବିରିୟାନିରୁ ମଲା ଝିଟିପିଟି ବାହାରିଥିବା ଦାବି କରିଥିଲେ, ଏବେ ଜୁଲାଇ ୧୪ରେ ସେ ଜବଲପୁର ଷ୍ଟେସନ୍‌ରେ ସିଙ୍ଗଡାରୁ ମଲା ଝିଟିପିଟି ପାଇଥିବା ନେଇ ପୁଣି ଅଭିଯୋଗ କରିଛନ୍ତି।

 

ଗୁନ୍ତକାଲ ଷ୍ଟେସନ୍‌ରେ ବିରିୟାନି ମାମଲାର ଯାଞ୍ଚରେ ଉକ୍ତ ବ୍ୟକ୍ତିଙ୍କ ଏଭଳି କାଣ୍ଡର ଖୁଲାସା ହୋଇଥିଲା। ସେତେବେଳେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କହିଥିଲେ କି, ମୁଁ ଭୁଲ କରିଛି, ମୁଁ ଜଣେ ବୃଦ୍ଧ ବ୍ୟକ୍ତି ଓ ମାନସିକସ୍ତରରେ ଦୁର୍ବଳ। ମୋତେ ରକ୍ତ କର୍କଟ ହୋଇଛି। ମୋତେ ଦୟାକରି ଯିବାକୁ ଦିଅନ୍ତୁ।

ତେବେ ଶେଷରେ ସୁରେନ୍ଦ୍ର ପାଲ ଏଭିକି କାମ ମାଗଣାର ଖାଇବା ପାଇଁ କରି ଥାଆନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର