୨୫ବର୍ଷୀୟ ଯୁବତୀଙ୍କୁ ବିବାହ କଲେ ୭୦ବର୍ଷର ବୃଦ୍ଧ, ବିବାହର ୨୪ଘଣ୍ଟା ପରେ ହେଲା ଛାଡପତ୍ର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ବିବାହ ବିଚ୍ଛେଦକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ବିବାହ ପରେ ସମ୍ପର୍କ ଠିକ୍‌ ନ ରହିବା ହେତୁ ଛାଡପତ୍ର ଯାଏଁ କଥା ଆସିଥାଏ। ନିକଟରେ ବିବାହ କରିବାର ୨୪ଘଣ୍ଟା ପରେ ନବଦମ୍ପତ୍ତିଙ୍କ ଛାଡ଼ପତ୍ର ହୋଇଥିବା ଘଟଣା ଶୁଣିବାକୁ ମିଳୁଛି।

ଏଭଳି ଏକ ଘଟଣା ଜମ୍ମୁ-କଶ୍ମୀରର ସୁନ୍ଦରବନିରେ ଘଟିଛି। ଯୋଗୀନଳା ଅଞ୍ଚଳରେ ଜଣେ ସତୁରି ବର୍ଷର ବୃଦ୍ଧ ଜଣେ ୨୫ବର୍ଷର ଯୁବତୀଙ୍କୁ ବିବାହ କରିଥିଲେ। ଏହି ୭୦ବର୍ଷର ବୃଦ୍ଧଙ୍କ ନାମ ସୋର ସିଂହ ବୋଲି କୁହାଯାଉଛି। ସୋର ସିଂହଙ୍କ ପ୍ରଥମ ପତ୍ନୀଙ୍କ କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ତେଣୁ ସେ ୨୫ବର୍ଷୀୟ ଯୁବତୀଙ୍କୁ ଖୁବ୍‌ ଧୁମ୍‌ଧାମ ଓ ପୂରା ବିଧିବିଧାନ ସହିତ ବିବାହ କରିଥିଲେ। । କିନ୍ତୁ ବିବାହର ୨୪ଘଣ୍ଟା ପରେ ନବଦମ୍ପତ୍ତିଙ୍କ ମଧ୍ୟରେ କହଳ ସୃଷ୍ଟି ହୋଇଥିଲା। ଏହି କଳହ ମାରପିଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହି ମାମଲାର ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ଯୁବତୀ କହନ୍ତି, ସୋର ସିଂହ ନିର୍ବାଚନ ଲଢ଼ିବାକୁ ଯୋଜନା ରଖିଥିଲେ। ତେଣୁ ସେ ନିକଟରେ ଏକ ଭାଷଣ ଦେଇଥିଲେ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ବି ହୋଇଥିଲା। ଏହି ଭାଷଣ କାରଣରୁ ଏହି କଳହ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର