୧୩ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ୭୫ ବର୍ଷିଅ ମସ୍‌ଜିଦ ଶିକ୍ଷକ: ଏବେ ଜୀବନ କଟିବ ଜେଲ୍‌ର ଚାରିକାନ୍ଥ ମଧ୍ୟରେ

ନୂଆଦିଲ୍ଲୀ: ଜଣେ ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କର୍ଣ୍ଣାଟକର ଏକ ମସ୍‌ଜିଦରେ ଶିକ୍ଷାଦାନ କରୁଥିବା ୭୫ ବର୍ଷିଅ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି ହୋଇଛି। ଶିକ୍ଷକ ଜଣକ ଉକ୍ତ ନାବାଳିକାଙ୍କୁ ରୀତିମତ ଭାବେ ଦୁଷ୍କର୍ମ କରିବା ସହ ତାଙ୍କର ଅଶ୍ଳୀଳ ଭିଡିଓ ବନାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ଶିଶୁ ସୁରକ୍ଷା ସକାଶେ ରହିଥିବା ଯୌନ ଅପରାଧ ଅଧିନିୟମ ଅଦାଲତରେ ବିଚାର ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରେ ପୀଡ଼ିତା ନାବାଳିକା ଏବଂ ତାଙ୍କର ଜଣେ ବନ୍ଧୁ ପରୀକ୍ଷା ପାଇଁ ପୂର୍ବାହ୍ନ ୧୧ଟାରେ ସ୍କୁଲ୍‌କୁ ଯାଉଥିଲେ। ଅଭିଯୁକ୍ତ ପରୀକ୍ଷାରେ ଯେଉଁ ପ୍ରଶ୍ନ ଆସିଛି ତାହାର ନୋଟ୍‌ ଦେବା ପ୍ରଲୋଭନ ଦେଖାଇ ଉକ୍ତ ନାବାଳିକାଙ୍କୁ ମସ୍‌ଜିଦ୍‌ ଭିତରକୁ ଡାକିଥିଲେ ଶିକ୍ଷକ। ପୀଡ଼ିତାଙ୍କ ସହ ଥିବା ଅନ୍ୟ ଝିଅଟି ସେଠାରୁ ପଳାଇବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ମସ୍‌ଜିଦ୍‌ ଭିତରକୁ ନେଇ ସେ ଭିତରୁ କବାଟ ବନ୍ଦ କରି ଦେଇଥିଲେ। ତା’ପରେ ସେ ସେଠାରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ ସମୟର ଭିଡିଓ ଉତ୍ତୋଳନ କରିଥିଲେ।

୨୦୧୩ ମସିହାରେ ଏହି ଭିଡିଓକୁ ହଠାତ ପୀଡ଼ିତାଙ୍କର ଜଣେ ପଡ଼ୋଶୀ ଦେଖିବାକୁ ପାଇଲେ। ପଡ଼ୋଶୀ ଦେଖିବା ପରେ ସେ ଯାଇ ପୀଡ଼ିତା ନାବାଳିକାଙ୍କ ବାପାମାଆଙ୍କୁ ଏ ସଂପର୍କରେ ସୂଚୀତ କରାଇଲେ। ସ୍ଥାନୀୟ ଲୋକେ ମିଶି ନାବାଳିକାକୁ ପଚରାଉଚରା କରିବାରୁ ସେ କହିଥିଲେ କି ଅଭିଯୁକ୍ତ ଅନେକ ଥର ତାଙ୍କ ସହ ଏପରି କରିଛନ୍ତି। ତା’ପରେ ସ୍ଥାନୀୟ ଲୋକେ ମିଶି ପୁଲିସ୍‌କୁ ଡାକିଥିଲେ। ପୁଲିସ୍‌ ଆସି ଅଭିଯୁକ୍ତକୁ ଗିରଫ କରିଥିଲା।

ପୀଡ଼ିତା, ପୀଡ଼ିତାଙ୍କ ବାପା, ଡାକ୍ତର ଏବଂ ପୁଲିସଙ୍କ ବୟାନ ସହ ଭିଡିଓ କ୍ଲିପ୍‌ ଜରିଆରେ ଅଭିଯୁକ୍ତ ବୃଦ୍ଧଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର