୨୨ବର୍ଷୀୟ ଯୁବକଙ୍କ ଦ୍ୱାରା ଯୌନ ଅସଦାଚରଣର ଶିକାର ହେଲେ ୭୭ବର୍ଷୀୟା ବୃଦ୍ଧା

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ ମେଲ୍‌ରଦେବ୍‌ପାଲିରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ପୂର୍ବରୁ ଜନୈକ ୩ ବର୍ଷ ଶିଶୁ ସହ ଦୁଷ୍କର୍ମ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଜନୈକା ୭୭ବର୍ଷୀୟା ବୃଦ୍ଧାଙ୍କୁ ଯୌନ ଅସଦାଚରଣ କରାଯାଇଥିବା ଖବର ମିଳିଛି । ଜଣେ ୨୨ବର୍ଷୀୟ ଯୁବକ ଜନୈକା ୭୭ବର୍ଷୀୟା ବୃଦ୍ଧାଙ୍କ ସହ ଯୌନ ଅସଦାଚରଣ କରିବା ସହ ସେ ଚିତ୍କାର କରିବାରୁ ତାଙ୍କ ମୁଣ୍ଡକୁ ମାରିଥବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ନାତି ଘରକୁ ଫେରି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବା ପରେ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନେଇଥିଲେ । ଏହି ଘଟଣାଟି ସୋମବାର ଘଟିଥିବା ବେଳେ ଅଭିଯୁକ୍ତ ଜଣଙ୍କ ପି ବାମ୍‌ସି ବୋଲି ଜଣା ପଡ଼ିଛି । ଅନ୍ୟପକ୍ଷରେ ସିସିଟିଭି ଫୁଟେଜ୍‌ ଅଧାରରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୋଲିସ ।

The Asian Age

ହସ୍ତଗତ ହୋଇଥିବା ସୂଚନା ମୁତାବକ, ସେମାବାର ଦିନ ୧ଟାରେ ବାମ୍‌ସି କାମ ସାରି ଘରକୁ ଫେରୁଥିଲା । ସେହି ସମୟରେ ସେ ବୃଦ୍ଧାଙ୍କୁ ଘର ଭିତରେ ଏକୁଟିଆ ପାଇ ଘର ଭିତରକୁ ପଶିବା ସହ ତାଙ୍କ ସହ ଯୌନ ଅସଦାଚରଣ କରିଥିଲା । ବାମ୍‌ସିଙ୍କ ଏପରି କାମକୁ ବିରୋଧ କରି ବୃଦ୍ଧା ଜଣଙ୍କ ଚିତ୍କାର କରିବାରୁ ବାମ୍‌ସି ତାଙ୍କୁ ମୁଣ୍ଡକୁ ଏକ ବାଡ଼ି ସାହାଯ୍ୟରେ ଆଘାତ ଦେବା ସହ ସେଠାରୁ ପଳାଇଥିଲେ । କିଛି ସମୟ ପରେ ବୃଦ୍ଧାଙ୍କ ନାତି ଘରକୁ ଫେରିବା ପରେ ତାଙ୍କୁ ରାକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିବା ସହ ପଡ଼ୋଶୀମାନଙ୍କ ସାହାଯ୍ୟରେ ତାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ଏବେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର