ଅନଲାଇନ୍ ରୋମାନ୍ସ ସ୍କାମର ଶିକାର ହେଲେ ୭୯ବର୍ଷିଅ ବୃଦ୍ଧ, ହରାଇଲେ ୧.୫କୋଟି ଟଙ୍କା

ମୁମ୍ବାଇ: ଦିନକୁ ଦିନ ଟେକ୍ନୋଲୋଜି ବଦଳିବା ସହ ସାତ ସମୁଦ୍ର ଦୂରରେ ବସିଥିବା ଲୋକ ସହ ସହଜରେ କଥା ହୋଇ ପାରୁଛନ୍ତି ଲୋକେ। ଏମିତି କି ଏବେ ଏଭଳି କିଛି ସୋସିଆଲ ନେଟୱାର୍କିଂ ସାଇଟ୍ ରହିଛି, ଯାହା ସାହାଯ୍ୟରେ ଲୋକେ ଅଜଣା ଲୋକ ସହ ସଂପର୍କ ସ୍ଥାପନ କରି ପାରୁଛନ୍ତି। ତେବେ ଯେତେ‌ ଦ୍ରୁତଗତିରେ ଟେକ୍ନୋଲୋଜିରେ ପରିବର୍ତ୍ତନ ଆସୁଛି, ସେହି ଅନୁସାରେ ଲୋକେ ଆନଲାଇନ୍ ଠକାମିର ମଧ୍ୟ ଶିକାର ହେବାରେ ଲାଗିଛନ୍ତି। ପୂର୍ବରୁ ଅନଲାଇନ୍ ଠକେଇର ଅନେକ ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ମୁମ୍ବାଇର ୭୯ବର୍ଷିଅ ବୃଦ୍ଧ ୧.୫କୋଟି ଟଙ୍କାର ଠକେଇର ଶିକାର ହୋଇଥିବା ଜଣା ପଡ଼ିଛି। ଅନଲାଇନ୍ ଦ୍ବାରା ବିଦେଶୀ ଯୁବତୀଙ୍କ ସହ କଥା ହେବା ବୃଦ୍ଧଙ୍କୁ ମହଙ୍ଗା ପଡ଼ିଛି। ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ବୃଦ୍ଧ ଘର ବିକିବାକୁ ଯାଉଥିବା ଦେଖି ତାଙ୍କ ପୁଅ ବୃଦ୍ଧଙ୍କ ଫୋନ ଚେକ୍ କରିଥିଲେ।

कीमती सामान का दिया लालच
oneindia.com

ସୂଚନା ମୁତାବକ, ପ୍ରତିଷ୍ଠିତ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ ବୃଦ୍ଧ। ଦିନେ ସେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ୟୁରୋପିଆନ୍ ସୋସିଆଲ ମିଡିଆ ଆପ୍ ବିଷୟରେ ଜାଣିବାକୁ ପାଇଥିଲେ। ଯାହା ଜରିଆରେ ସେ ସ୍ପେନର ଜଣେ ମହିଳାଙ୍କ ସହ କଥା ହେବା ଆରମ୍ଭ କରିଥିଲେ। ମହିଳା ନିଜକୁ ଧନୀ ବୋଲି କହିବା ସହ ତାଙ୍କର ଦୁଇଟି ସନ୍ତାନ ଥିବା କହିଥିଲେ। ଏହା ସହ ସେ ନିଜ ସ୍ବାମୀଙ୍କଠାରୁ ମଧ୍ୟ ଅଲଗା ହୋଇ ଯାଇଥିବା କଥା ବୃଦ୍ଧଙ୍କୁ ଜଣାଇଥିଲେ। କିଛି ମାସ କଥା ହେବା ପରେ ମହିଳା ବୃଦ୍ଧଙ୍କୁ ଲାପଟପ୍, ଗହଣା ଓ ଫୋନ ପଠାଉଥିବା କଥା କହିଥିଲେ। କିନ୍ତୁ ବୃଦ୍ଧ ସେ ସବୁକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ପରେ ପୀଡ଼ିତା ଏ ସବୁ ଜିନିଷ ଅନାଥଆଶ୍ରମରେ ବାଣ୍ଟିଦେବ ବୋଲି କହି ପୀଡ଼ିତଙ୍କୁ ଜିନିଷ ନେବା ପାଇଁ ରାଜି କରାଇଥିଲେ। ତାହାର କିଛି ଦିନ ତଳେ କଷ୍ଟମ ବିଭାଗରୁ ଜଣେ ମହିଳା ଫୋନ କରି ବୃଦ୍ଧଙ୍କୁ ଜିନିଷ ଆସିଥିବା କଥା କହିଥିଲେ। ଏହା ସହ ଜିନିଷ ଦାମୀ ଥିବାରୁ ନେବା ପାଇଁ ୧.୫କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ବୃଦ୍ଧଙ୍କୁ ଜଣାଇଥିଲେ। ଯାହା ପରେ ସୂଚନା ପାଇ ବୃଦ୍ଧ ସଙ୍ଗେ ସଙ୍ଗେ ୧.୫କୋଟି ଟଙ୍କା ପଠାଇ ଦେଇଥିଲେ। କିନ୍ତୁ ପରେ ଜିନିଷ ପାଇବା ପାଇଁ ଆହୁରି ଅଧିକ ଟଙ୍କା ଦେବାକୁ ହେବ ବୋଲି କହି ବୃଦ୍ଧଙ୍କୁ କଷ୍ଟମ ବିଭାଗ ନାଁରେ ଫୋନ କରି ମହିଳା ଜଣାଇଥିଲେ। ପାଖରେ ଟଙ୍କା ନଥିବାରୁ ବୃଦ୍ଧ ନିଜର ଘର ବିକିବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ଏ ବିଷୟରେ ଜାଣି ପୀଡ଼ିତଙ୍କ ପୁଅ ସନ୍ଦେହ କରି ବୃଦ୍ଧଙ୍କ ଫୋନ ଚେକ୍ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ବାପା ଠକାମିର ଶିକାର ହୋଇ ସାରିଥିବା ଜାଣି ଏ ନେଇ ପୁଅ ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି।।

ସମ୍ବନ୍ଧିତ ଖବର