ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୁଲିସକୁ ଆଉ ଏକ ସଫଳତା ମିଳିଛି। ଗତ ଡିସେମ୍ବର ୨୨ ତାରିଖରେ ଏସଜେଡସିଏମ ବାଲମୁରି ନାରାୟଣ ରାଓକୁ କାଙ୍କେର ପୁଲିସ ଗିରଫ କରିଥିବା ବେଳେ ତାଙ୍କ ପତ୍ନୀ ରାଜେ କାଙ୍ଗେ ଓରଫ ନିର୍ମଳା ଓରଫ ମାଳତିକୁ ମଧ୍ୟ ଗିରଫ କରାଯାଇଛି।
କାଙ୍କେର ଏସପି ଆଇ.କେ ଏଲିସେଲାଙ୍କ କହିବା ଅନୁଯାୟୀ ଉତ୍ତର ବସ୍ତର ଡିଭିଜନର ସକ୍ରିୟ ମାଓ ନେତ୍ରୀ ନିର୍ମଳା ଡିଭିସି ରାଜଘାଟ ଅଞ୍ଚଳରେ ବୁଲୁଛି। ପୁଲିସ ତୁରନ୍ତ ଗୁଇନ୍ଦାଙ୍କୁ ଏଦିଗରେ ଆଲର୍ଟ କରିବା ପରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ କୋୟଲାବେଡା ଥାନା ଅଞ୍ଚଳରେ ଚଢଉ କରାଯାଇଥିଲା।
ମାଳତିଙ୍କୁ ଶ୍ୟାମନାଥ ଉସେଣ୍ଡି ନାମକ ଜଣେ ବ୍ୟକ୍ତି ଶରଣ ଦେଇଥିଲେ। ତୁରନ୍ତ ପୁଲିସ ଶ୍ୟାମନାଥଙ୍କର ଘର କୋଣ୍ଡସେଲଭାଟ ଗ୍ରାମକୁ ଘେରାଉ କରି ଦୁଇ ଜଣକୁ ଗିରଫ କରିଥିଲେ। ମାଳତିଙ୍କ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ମାଳତି ଏବଂ ଶ୍ୟାମନାଥଙ୍କୁ ପୁଲିସ ପଚରାଉଚରା କରୁଛି।
ଅଧିକ ପଢ଼ନ୍ତୁ: ଜଗନ୍ନାଥ-ଅରୁଣ ବାକ୍ ଯୁଦ୍ଧ
ତେବେ ପୁଲିସ ମାଓ ସଂଗଠନର ସକ୍ରିୟ ଦମ୍ପତିକୁ ଗିରଫ କରିବାରେ ସଫଳ ପାଇଥିବାରୁ ଆଗକୁ ମଧ୍ୟ ନକ୍ସଲ ଦମନରେ ସଫଳତା ପାଇବ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକଟ କରାଯାଇଛି। ଏହି ଦମ୍ପତ୍ତି ଦୁର୍ଦାନ୍ତ ଏବଂ ନକ୍ସଲ ସଂଗଠନର ଆଗଧାଡିର ରହିଥିବା ବେଳେ ସଂଗଠନ ଏହି ଅଞ୍ଚଳରେ ଦୁର୍ବଳ ହେବ ବୋଲି ପୁଲିସ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ: ଏହି ସବୁ ଭୁଲ ପାଇଁ ବନ୍ଦ ହୋଇଯାଇପାରେ ଆପଣଙ୍କ ହ୍ଵାଟ୍ସଆପ ଆକାଉଣ୍ଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/13/zxINrx22tSdgCXLYfQrS.jpeg)