୮ମାସର ଶିଶୁକନ୍ୟା ଦାଦାପୁଅ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର, ଦିଲ୍ଲୀ ହସ୍ପିଟାଲରେ ଜୀବନ ସହ ଲଢ଼ୁଛି

ନୂଆଦିଲ୍ଲୀ : ଦୁଷ୍କର୍ମ ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରୁଥିଲେ ମଧ୍ୟ ଏହା ଥମିବାର ନା ନେଉ ନାହଁ । ପ୍ରତିଦିନ ଦେଶର କୋଣ ଅନୁକୋଣରେ ଦୁଷ୍କର୍ମର ଖବର ଆସିବାରେ ଲାଗିଛି । ବିଶେଷ କରି ଭାରତର ରାଜଧାନୀ ଦିଲ୍ଲୀରେ ଏହାର ସଂଖ୍ୟା ଅଧିକ। ଏବେ ପୁଣି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ଦିଲ୍ଲୀରେ । ଉତ୍ତରପଶ୍ଚିମ ଦିଲ୍ଲୀରେ ଥିବା ନେତାଜୀ ସୁଭାଷ ନଗରରେ ସୋମବାର ଜଣେ ୮ମାସର ଶିଶୁକୁ ତାର ୨୮ ବର୍ଷିୟ ଦାଦାଙ୍କ ପୁଅ ଦୁଷ୍କର୍ମ କରିଥିବା ଖବର ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଛି । ଦୁଷ୍କର୍ମର ଶିକାର ହେବା ପରେ ଶିଶୁଟିକୁ ଏକ ଆଞ୍ଚଳିକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସୋମବାର ଏ ନେଇ ଏକ ସର୍ଜରି ମଧ୍ୟ କରାଯାଇଛି ।

ସୂଚନା ଅନୂଯାୟୀ, କାମ ପାଇଁ ଶିଶୁର ମାତା-ପିତା ବାହାରକୁ ଯାଇଥିବା ବେଳେ ଶିଶୁଟିର ଦେଖାଶୁଣା କରିବା ପାଇଁ ସେମାନେ ତାଙ୍କ ଭାଇ ବୋହୂକୁ ଦାୟିତ୍ୱ ଦେଇ ଯାଇଥିଲେ । ଅଭିଯୁକ୍ତଙ୍କ ମା’ ନଥିବା ବେଳେ ଏହାର ସୁଯୋଗ ନେଇ ସେ ୮ମାସର ଶିଶୁ ସହ ଦୁଷ୍କର୍ମ କରିଥିଲେ । ମଦ ନିଶାରେ ସେ ଏପରି କରିଥିବା ପୁଲିସ ଆଗରେ ସ୍ୱୀକାର ମଧ୍ୟ କରିଛନ୍ତି ।

ମଧ୍ୟାହ୍ନ ୧୨.୩୦ରେ ଶିଶୁକନ୍ୟାର ମା’ ଘରକୁ ଫେରିବା ପରେ ଝିଅର କପଡ଼ାରେ ରକ୍ତ ଲାଗିଥିବା ଦେଖି ତାକୁ ଡ଼ାକ୍ତରଖାନା ନେଇ ଯାଇଥିଲେ । ଡ଼ାକ୍ତରୀ ପରୀକ୍ଷାରେ ପରେ ଶିଶୁକନ୍ୟାଟି ଯୌନ ନିର୍ଯାତନାର ଶିକାର ହୋଇଛି ବୋଲି ଡ଼ାକ୍ତର ସ୍ପଷ୍ଟ କରିଥିଲେ । ଏ ନେଇ ଶିଶୁକନ୍ୟାର ମାତା-ପିତା ପୁଲିସରେ ଏତଲା ଦେବା ପରେ ଅଭିଯୁକ୍ତକୁ ଗିରଫ କରାଯିବା ସହ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର