ଲକ୍ଷ୍ମୌ: ଆପଣ କେବେ ୮ରୁ ୧୦ବର୍ଷ ପିଲାକୁ ଗାଡ଼ି ଚଳାଇବା ଦେଖିଛନ୍ତି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଏଇ କିଛିଦିନ ହେବ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଆଠବର୍ଷ ପାଖାପାଖି ବୟସର  ଶିଶୁକୁ ବାଇକ୍‌ ଚଳାଉ ଥିବା ଦେଖିବାକୁ ମିଳୁଛି।

Advertisment

publive-image

ପୁଲିସ ନଜରରେ ଏହି ଭିଡିଓ ପଡ଼ିବା ପରେ ଟ୍ରାଫିକ୍‌ ଏସ୍‌ପି ଶିଶୁର ପିତାଙ୍କୁ ଇ-ଚାଲାଣ ପଠାଇ ଦେଇଛନ୍ତି । ଭିଡିଓ ଭାଇରାଲ ହେବାପରେ ଡିଜିପି ଓ ପି ସିଂହ ଶିଶୁର ଅଭିଭାବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

publive-image

ସୂଚନାଯୋଗ୍ୟ, ବାଇକଟି କାକୋରିରେ ଜଣେ କ୍ଷୀର ବ୍ୟବସାୟୀଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ନୂଆ ମୋଟରଯାନ ଅଧିନିୟମ ଅନୁସାରେ, ନାବାଳକ/ନାବାଳିକା ଅଭିଭାବକଙ୍କ ସହାୟତାରେ ଗାଡ଼ି ଚଳାଇବା ଦ୍ୱାରା ଅତିକମ୍‌ରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିପାରେ। ଏଥିସହିତ ତିନିମାସର ପାଇଁ ଜେଲ୍‌ ବି ହୋଇପାରେ।

ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ବାଇକ୍‌ ମାଲିକଙ୍କୁ ଖୋଜୁଛି। ବାଇକ୍‌ ନମ୍ବର ଆଧାରରେ ବର୍ତ୍ତମାନ ୧୧,୫୦୦ଟଙ୍କାର ଚାଲାଣ ଟ୍ରାଫିକ୍‌ ପୁଲିସ କାଟିଛି।