ଦୁଇ ଝିଅଙ୍କୁ ହତ୍ୟା ଉଦ୍ୟମ କରି ଜେଲ୍‌ ଯାଇଥିଲା ବାପା, ଅଦାଲତରେ ଦଣ୍ଡ ଶୁଣାଣି ସମୟରେ ଅସଲ ଦୋଷୀକୁ ସାମ୍ନାକୁ ଆଣିଲା ବଡ଼ ଝିଅର ବୟାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଜଣେ ଯୁବକଙ୍କୁ ନିଜର ଦୁଇ ଝିଅଙ୍କୁ ହତ୍ୟା କରିବା ଉଦ୍ୟମ ପାଇଁ ଗିରଫ କରାଯାଇଥିଲା । ଦୁଇ ଜଣଙ୍କ ମଧ୍ୟରୁ ସାନ ଝିଅ ମୃତ୍ୟୁବରଣ କରିଥିବା ବେଳେ ବଡ଼ ଝିଅ ନୂଆ ଜୀବନ ପାଇବା ସହ ନିଜ ବାପାଙ୍କ ଉପରେ ଲାଗିଥିବା ମିଥ୍ୟା ଆରୋପକୁ ହଟାଇଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଦାଲତରେ ଦଣ୍ଡ ଶୁଣାଣି ସମୟରେ ବଡ଼ ଝିଅ ସେଠାକୁ ଯାଇ ପ୍ରକୃତ ଦୋଷୀ ତାଙ୍କ ବାପା ନୁହନ୍ତି ବରଂ ତାଙ୍କ ଆଈ ଥିଲେ ବୋଲି କହିଥିଲେ । ଯାହା ପରେ ଅଭିଯୁକ୍ତ ବୃଦ୍ଧାଙ୍କୁ ଆଜୀବନ କାରାଦଣ୍ଡ ଦିଆ ଯାଇଥିବା ଜଣାପଡ଼ିଛି ।

sowetanlive.co.za

ସୂଚନା ମୁତାବକ, ରୁକ୍‌ସାନା ଏବଂ ମୁସ୍କାନ ନିଜ ମା’ଙ୍କ ସହ ଆଈ ନୂର୍‌ଜାହାଁଙ୍କ ସହ ରହୁଥିବା ବେଳେ ତାଙ୍କ ବାପା ଉତ୍ତରପ୍ରଦେଶରେ ରହୁଥିଲେ । ଝିଅର ଦୁଇ ଝିଅ ହୋଇଥିବାରୁ ପସନ୍ଦ କରୁ ନଥିଲେ ନୁର୍‌ଜାହାଁ । ଏହା ପରେ ସେ ରୁକ୍‌ସାନା ଏବଂ ମୁସ୍କାନଙ୍କୁ ଆଲୁମିନିୟମ୍‌ ଫସ୍‌ଫଏଡ୍‌ ଥିବା କଳା ରଙ୍ଗର ବଟିକା ଖାଇବାକୁ ଦେଇଥିଲେ । ବଟିକା ଖାଇବା ପରେ ଦୁହେଁ ଅଚେତ୍‌ ହେବା ସହ ଡ଼ାକ୍ତରଖାନାରେ ରୁକ୍‌ସାନା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୁସ୍କାନଙ୍କ ହୋସ ଆସିବା ପରେ ତାଙ୍କ ଆଈ ଏବଂ ମା’ ପୁଲିସ ଆଗରେ ବାପାଙ୍କ ନାମ କହିବା ପାଇଁ ଧମକ ଦେଇଥିଲେ । ଫଳରେ ମୁସ୍କାନ ଘଟଣାରେ ନିଜ ବାପାଙ୍କୁ ଦୋଷୀ ବୋଲି ପୁଲିସକୁ କହିଥିଲେ । ବର୍ଷେ ପୂର୍ବରୁ ଏହି ଘଟଣା ଘଟିଥିବା ବେଳେ ବର୍ଷେ ମଧ୍ୟରେ ଅଦାଲତରେ ଅନେକ ଶୁଣାଣି ତାରିଖ ରଖାଯାଇଥିଲା । କିନ୍ତୁ ଶେଷର ମୁସ୍କାନଙ୍କ ବୟାନ ପରେ ସତ ସାମ୍ନାକୁ ଆସିବା ସହ ପ୍ରକୃତ ଦୋଷୀକୁ ଦଣ୍ଡ ମିଳିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର