ଖେଳ ହେଲା କାଳ: ଆତ୍ମହତ୍ୟା ଅଭିନୟ କରୁଥିବା ବେଳେ ଚାଲିଗଲା ନାବାଳିକାର ଜୀବନ

ମିରଟ: ଉତ୍ତର ପ୍ରଦେଶର ହାପୁର ସହରରେ ମଙ୍ଗଳବାର ଦିନ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ଜନୈକା ୮ ବର୍ଷ ବୟସ୍କା ନାବାଳିକା ପାଇଁ ଖେଳ ପରିଣତ ହୋଇଛି କାଳରେ ଏବଂ ଲଭିଯାଇଛି ସଂପୃକ୍ତା ନାବାଳିକଟିର ଜୀବନ ଦୀପ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏକ ଟିଭି ସିରିଏଲରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବାର ଏକ ଦୃଶ୍ୟ ଦେଖିବା ପରେ ଖେଳରେ ଖେଳରେ ସେହିପରି ଅଭିନୟ କରିବାକୁ ଯାଇ ସତକୁ ସତ ମୁତ୍ୟୁବରଣ କରିଛି ନାବାଳିକାଟି।

ଏହି ଦୁର୍ଭାଗ୍ୟଜନକ ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ହାପୁର ପୋଲିସ୍‌ ଏସ୍‌ପି ହେମନ୍ତ କୁଟିୟାଲ କହିଛନ୍ତି ଯେ ସିମରନ୍‌ ନାମ୍ନୀ ଜନୈକା ୮ ବର୍ଷ ବୟସ୍କା ନାବାଳିକା ତାଙ୍କ ପଡୋଶୀଙ୍କ ଘରକୁ ଟିଭି ଦେଖିବା ପାଇଁ ଯାଇଥିଲା। ସେଠାରେ ସେ ତା’ର ଅନ୍ୟ ୭ର ୧୦ ଜଣ ସାଙ୍ଗଙ୍କ ସହ ମିଶି ଟିଭିରେ ପ୍ରଦର୍ଶିତ ହେଉଥିବା ଏକ ସିରିୟଲ ଦେଖୁଥିଲା। ଏହି ସିରିୟଲରେ ଜଣେ ବାଳିକା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରୁଥିବାର ଦୃଶ୍ୟ ପ୍ରଦର୍ଶିତ ହେଉଥିଲା। ଏହି ଦୃଶ୍ୟ ଦେଖିବା ପରେ ସେ ଗୋଟିଏ ବାଲଟି ଉପରେ ଠିଆ ହୋଇ ବେକରେ ଦଉଡ଼ି ଦେଇ ଠିକ୍‌ ସେମିତି ଅଭିନୟ ତା’ ସାଙ୍ଗମାନଙ୍କ ସମ୍ମୁଖରେ କରିବାକୁ ଆରମ୍ଭ କରିଥିଲା। ମାତ୍ର, ଦୁର୍ଭାଗ୍ୟକୁ ସେ ଠିଆ ହୋଇଥିବା ବାଲ୍‌ଟିଟି ତା’ ଗୋଡ଼ ତଳୁ ଖସି ଯାଇଥିଲା ଏବଂ ସେଇ ଦଉଡ଼ିରେ ଝୁଲିଯାଇ ତା’ର ମୁତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର