ଜୟପୁର: ରାଜସ୍ଥାନ ଲଭ୍ ଜିହାଦ୍ ମାମଲାକୁ ନେଇ ତୀବ୍ର ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇଛି। ପଶ୍ଚିମବଙ୍ଗର ମହମ୍ମଦ ଅଫରଜୁଲ ନାମକ ଜଣେ ବ୍ୟକ୍ତିଙ୍କୁ ଗତ କିଛିଦିନ ତଳେ ରାଜସ୍ଥାନର ଜଣେ ବ୍ୟକ୍ତି ଅତି ନିର୍ମମ ଭାବେ ହତ୍ୟା କରିବା ସହ ସମ୍ପୃକ୍ତ ଘଟଣାକୁ ନିଜ ପୁତୁରା ଦ୍ୱାରା ଭିଡିଓ ରେକର୍ଡିଂ କରିଥିଲା। ଅଭିଯୁକ୍ତ ଶମ୍ଭୁଲାଲ ରାଇଗର ଏହାକୁ ଲଭ୍ ଜିହାଦ ବିରୋଧରେ ଏକ ଯୁଦ୍ଧ ବୋଲି କହିଥିଲା। ଶମ୍ଭୁଲାଲ ପ୍ରସ୍ତୁତ କରିଥିବା ଉକ୍ତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ଆଜି ଅଭିଯୁକ୍ତ ଶମ୍ଭୁଲାଲ ସପକ୍ଷରେ ଉଦୟପୁରର କିଛି ବିଶୃଙ୍ଖଳ ଜନତା ସମର୍ଥନ ଜଣାଇଥିବାରୁ ସେମାନଙ୍କ ମଧ୍ୟରୁ ୮୦ ଜଣଙ୍କୁ ପୁଲିସ ଗିରଫ କରିଛି। ଘଟଣାକୁ ନେଇ ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି ନହେବା ପାଇଁ ରାଜସ୍ଥାନର ଉଦୟପୁର ଏବଂ ରାଜସମନ୍ଦ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ପୁଲିସ ଏକ ସ୍ପତନ୍ତ୍ର ଦଳ ଗଠନ କରି ଉକ୍ତ ଦୁଇଟି ଜିଲ୍ଲାରେ ଘୃଣା ସୃଷ୍ଟିକାରୀ ଅନଲାଇନ ମେସେଜ୍ଗୁଡ଼ିକୁ ନିୟନ୍ତ୍ରଣ କରିବାପାଇଁ ଉଦ୍ୟମ ଜାରି ରଖିଛି। ଶମ୍ଭୁଲାଲ ପଶ୍ଚିମବଙ୍ଗର ମହମ୍ମଦ ଅଫରଜୁଲଙ୍କ ଶରୀରରେ ନିଅାଁ ଲଗାଇ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଏବଂ ସମ୍ପୃକ୍ତ ଘଟଣାକୁ ନିଜ ପୁତୁରା ଦ୍ୱାରା ଭିଡିଓ ରେକର୍ଡିଂ କରିଥିଲା।
ରାଜସ୍ଥାନ ଲଭ୍ ଜିହାଦ୍ ମାମଲା: ଅଭିଯୁକ୍ତକୁ ସମର୍ଥନ କରି ୮୦ ଗିରଫ
/sambad/media/post_attachments/wp-content/uploads/2017/12/arrest.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)