ଭୁବନେଶ୍ୱର: ହିସାବ କିତାବରେ ଗଡ଼ବଡ଼ କରି ୮୦ ଲକ୍ଷ ଆତ୍ମସାତ୍ କରିବା ଅଭିଯୋଗରେ ସ୍କାଏ ଅଟୋମୋବାଇଲ୍ସ୍ ହିସାବ ରକ୍ଷକ ବିକ୍ରମ ବିଶ୍ବାଳଙ୍କୁ ସହିଦ୍ ନଗର ଥାନା ପୁଲିସ ଗିରଫ କରିଛି। ତାଙ୍କଠାରୁ ଏକ ମାରୁତି କାର୍ ମଧ୍ୟ ଜବତ କରାଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ ଗ୍ରାହକଙ୍କଠାରୁ ଆଣୁଥିବା ଅର୍ଥ ସଂସ୍ଥା ଖାତାରେ ଜମା ନ କରି ବିକ୍ରମ ହଡ଼ପ କରି ନେଉଥିଲା। ଦୀର୍ଘ ଦିନ ଧରି ଏଭଳି ଚାଲିବା ପରେ ବିକ୍ରମ ୮୦ଲକ୍ଷ ନେଇ ଯାଇଥିଲେ। ଏହା ପରେ ସନ୍ଦେହ ହେବାରୁ ସଂସ୍ଥା ମୁଖ୍ୟ ପରିଚାଳନା ଅଧିକାରୀ ପ୍ରବୀଣ ଲାଠ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ବିକ୍ରମକୁ ଗିରଫ କରିବା ସହ କାର୍ ଜବତ କରିଛି। ମାମଲାର ଅନ୍ୟାନ୍ୟ ଦିଗକୁ ଆଧାର କରି ତଦନ୍ତ ଚାଲିଛି। ଖୁବ୍ଶୀଘ୍ର ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ ଓ ହେରଫେର ହୋଇଥିବା ଅର୍ଥ ଜବତ କରାଯିବାକୁ ଉଦ୍ୟମ ହେବ ବୋଲି ପୁଲିସ କହିଛି।
୮୦ ଲକ୍ଷ ଆତ୍ମସାତ୍, ଘରୋଇ ସଂସ୍ଥାର ହିସାବ ରକ୍ଷକ ଗିରଫ
/sambad/media/post_attachments/wp-content/uploads/2018/11/arrested111.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)