୧୨ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରି ଗିରଫ ହେଲେ ୮୦ବର୍ଷୀୟ ବୃଦ୍ଧ

ବିଶ୍ୱନାଥ(ଆସାମ) : ଆସାମର ବିଶ୍ୱନାଥ ଜିଲ୍ଲାରେ ଜଣେ ୮୦ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି ପୁଲିସ । ୧୨ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡ଼ିଛି । ପୀଡ଼ିତା ଦିବ୍ୟାଙ୍ଗ ବୋଲି ଜଣା ପଡ଼ିଥିବା ବେଳେ ବୃଦ୍ଧଙ୍କ ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତର ନାଁ ଅନୀଲ ବୋଲି ଜଣା ପଡ଼ିଛି ।

IndiaFilings

ସୂଚନା ମୁତାବକ, ଶନିବାର ପୀଡ଼ିତା ଘରେ ଏକା ଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ଅନୀଲ ପୀଡ଼ିତାଙ୍କୁ ଏକା ଥିବା ଦେଖି ତାଙ୍କ ସହ ଦୁଷ୍କର୍ମ କରିଥିଲେ । କିନ୍ତୁ ପୀଡ଼ିତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଆସିଯିବା ସହ ଅଭିଯୁକ୍ତକୁ କାବୁ କରି ନେଇଥିଲେ । ପରେ ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ଅନୀଲକୁ ଗିରଫ କରିଥିଲା ପୁଲିସ । ତେବେ ଏଭଳି ମାମଲା ପ୍ରଥମ ନୁହେଁ । ପୂର୍ବରୁ ଅନେକ ଥର ଏଭଳି ମାମଲା ସାମ୍ନାକୁ ଆସି ସାରିଛି ।

ସମ୍ବନ୍ଧିତ ଖବର