ନୂଆଦିଲ୍ଲୀ: ଦୁନିଆରେ ଏବେ ମହିଳାମାନଙ୍କ ସୁରକ୍ଷା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମିତିରେ ତ ଅପରାଧୀଙ୍କ ଉପରେ ଲଗାମ୍ ଲଗାଇବା ପାଇଁ କୋଠର ଆଇନ୍ ବନା ଯାଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ବି ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଅମାନୁଷିକ କାମ କରିବାକୁ ବି ପଛାଉ ନାହାନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ୮୫ବର୍ଷର ବୃଦ୍ଧା ମା’ଙ୍କ ସହିତ ୪୦ବର୍ଷର ବ୍ୟକ୍ତି ଏଭଳି କାମ କରିଛି,, ଯାହାକୁ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠୁଛି।
/sambad/media/post_attachments/wp-content/uploads/2019/06/1440709-girl-1498018693.jpg)
ଏଭଳି ଏକ ମାମଲା ମାହାରାଷ୍ଟ୍ରର ଜାଲନାରେ ଘଟିଛି। ଯେଉଁଠାରେ ମଙ୍ଗଳବାର ୪୦ବର୍ଷୀୟ ଜଣେ ବ୍ୟକ୍ତିକୁ ୮୫ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଦୁଷ୍କର୍ମକାରୀ ଅବାସାହବ ତାନପୁରେ ପାରତୁର ତହସିଲର ବଡୋନା ଗ୍ରାମରେ ସୋମବାର ରାତିରେ ବୃଦ୍ଧା ମହିଳାଙ୍କ ଘରେ କେହି ନଥିବା ସମୟରେ ଦୁଷ୍କର୍ମ କରିଥିଲା। ତା’ପର ଦିନ ସକାଳେ ମାମଲା ରୁଜୁ କରିବା ପରେ ତାନପୁରେକୁ ପୁଲିସ ଗିରଫ କରିଥିଲା।
ଉଲ୍ଲେଖଯୋଗ୍ୟ, ଗତବର୍ଷ ବି ଏମିତି ଏକ ଘଟଣା ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରୁ ସାମ୍ନାକୁ ଆସିଥିଲା। ଏଠାରେ ଜଣେ ୨୦ବର୍ଷ ଯୁବକ ୧୦୦ବର୍ଷର ବୃଦ୍ଧାଙ୍କ ସହ ଦୁଷ୍କର୍ମ କରିଥିଲା। ଉକ୍ତ ଦୁଷ୍କର୍ମକାରୀ ନାମ ବିଶ୍ୱାସ୍ ଓରଫ ଅଭିଜିତ ବୋଲି ଜଣାପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/image-20151125-23830-173c3kv.jpg)