ନୂଆଦିଲ୍ଲୀ : ଦିଲ୍ଲୀରେ ୮୮ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୯ଲକ୍ଷ ଟଙ୍କା ଉଭାନ ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁ ଉପାୟରେ ଚୋର ଆକାଉଣ୍ଟରୁ ଟଙ୍କା ଚୋରି କରିଛି ତାକୁ ନେଇ ଏବେ ଚିନ୍ତାରେ ପୁଲିସ । କୌଣସି ଓଟିପି ବା ଏଟିଏମ୍ କାର୍ଡ ବିନା ଚୋରି କରିବା ଘଟଣାକୁ ପୁଲିସ ସହଜରେ ଗ୍ରହଣ ନ କରିବା ସହ ତଦନ୍ତ ଆରମ୍ଭ କରିଛି ।
/sambad/media/post_attachments/wp-content/uploads/2019/05/xaaa-1557735150.jpg.pagespeed.ic_.tzOKvnT4br-300x225.jpg)
ମିଳିଥିବା ସୂଚନା ମୁତାବକ, ଗୌରବ ସେଠୀ ନାମକ ଜଣେ ଯୁବକ ତାଙ୍କ ଆକାଉଣ୍ଟରୁ ୫୦ହଜାର ଟଙ୍କା ଚୋରି ହେବା ନେଇ ପୁଲିସରେ ଅଭିଯୋଗ କରିଥିଲେ । ଏହା ସହ ଚୋରି ହେବା ସମୟରେ ତାଙ୍କ ଏଟିଏମ୍ କାର୍ଡ ତାଙ୍କ ପାଖରେ ଥିଲା ବୋଲି ଗୌରବ କହିବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । କାରଣ ସମାନ ମାମଲାକୁ ନେଇ ଗୌରବଙ୍କ ପୂର୍ବରୁ ୮୭ଜଣ ଲୋକ ପୁଲିସରେ ଅଭିଯୋଗ କରି ସାରିଥିଲେ । ସମାନ କୌଶଳ ଆପଣାଇ ଆକାଉଣ୍ଟରୁ ୧୯ଲକ୍ଷ ଟଙ୍କା ଚୋରି କରି ନେବା ଘଟଣା ଏବେ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସାଇବର ଏକ୍ସପର୍ଟଙ୍କ ସହ ପୁଲିସ ଏବେ ତଦନ୍ତ ଆରମ୍ଭ କରି ଦେଇଥିବା ଜଣାପଡ଼ିଛି ।