ନୂଆଦିଲ୍ଲୀ: ଠକାମୀ ଦିନକୁ ଦିନ ପଢ଼ିବାରେ ଲାଗିଛି। କେଉଁଠି ଅନ୍‌ଲାଇନ୍‌ ଠକାମୀ ହେଉଛି ତ ପୁଣି କେଉଁଠି ଅଫ୍‌ଲାଇନ୍‌ ଠକାମୀ। ଦିଲ୍ଲୀର ଜଣେ ଅଷ୍ଟମ ପାଠ ପଢ଼ିଥିବା ପିଲା ନିଜକୁ ଜଣେ ଅ‌ାଇପିଏଏସ୍‌ ଅଧିକାରୀ ବୋଲି ଦର୍ଶାଇ ଅନେକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ମିଛ କଥା କହି ଜଣେ ଡାକ୍ତରାଣୀଙ୍କୁ ବି ଠକିଥିବା ଅଭି‌ଯୋଗ ହୋଇଛି।

Advertisment

ଦିଲ୍ଲୀ ପୁଲିସ୍‌ର ଡିସିପି ହରିନ୍ଦର୍‌ ସିଂହଙ୍କ କହିବା ମୁତାବକ, ଗ୍ବାଲିୟର୍‌ରେ ରହୁଥିବା ବିକାଶ ସୋସିଆଲ୍‌ ମିଡିଆରେ ଏକ ନକଲି ଆକାଉଣ୍ଟ୍‌ ବନାଇଥିଲେ। ସେ ଅଷ୍ଟମ ପାସ୍‌ ହୋଇଥିବା ବେଳେ ସୋସିଆଲ୍‌ ମିଡିଆରେ ନିଜକୁ ବିକାଶ ଯାଦବର ପରିଚୟ ଦେବା ସହ ଜଣେ ଆଇପିଏସ୍‌ ବୋଲି ମଧ୍ୟ ଲେଖିଥିଲେ। ସେ ତାଙ୍କ ଆକାଉଣ୍ଟ୍‌ରେ ଯେଉଁ ଫଟୋ ଦେଇଥିଲେ ସେଥିରେ ବି ସେ ଏକ ସରକାରୀ ନାଲି ବତୀ ଗ‌ାଡ଼ି ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା।

ସେ ନିଜକୁ ଜଣେ ଆଇପିଏସ୍‌ର ପରିଚୟ ଦେଇ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌ର ମହିଳା ଡାକ୍ତରଙ୍କ ସହ ଚାଟ୍‌ କରିବା ଆରମ୍ଭ କରିଦେଲେ। ଡାକ୍ତରାଣୀ ଜଣକ ଏହି ନକଲି ଆଇପିଏସ୍‌ଙ୍କ ଜାଲରେ ଫଶିଗଲେ। କେବଳ ସେତିକି ନୁହେଁ, ଡାକ୍ତରାଣୀ ଜଣକ ତାଙ୍କ ଆକାଉଣ୍ଟ୍‌କୁ ୨୫ ହଜାର ଟଙ୍କା ଟ୍ରାନ୍ସଫର୍‌ ବି କରିଦେଲେ।

ଯେବେ ବିକାଶଙ୍କ ରାଜ୍‌ ଖୋଲିଲା ତ ଡାକ୍ତରାଣୀ ତାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିବାର ଧମକ ଦେଲେ। ତାପରେ ଠକ ଜଣକ ଡାକ୍ତରାଣୀଙ୍କୁ ନିଜର ରାଜନୈତିକ ସଂଯୋଗ ବିଷୟରେ କହି ମହିଳାଙ୍କୁ ଧମକାଇବା ଆରମ୍ଭ କରିଦେଲେ।