ଘର ପାଖରେ ଖେଳୁଥିବା ନାବାଳିକାକୁ  ଡାକି ନେଇ ପର୍ଣ୍ଣ ଭିଡିଓ ଦେଖାଇବା ସହ ଦୁଷ୍କର୍ମ କଲା ପଡ଼ୋଶୀ

ଗୁରୁଗ୍ରାମ୍‌ : ଗୁରୁଗ୍ରାମର ସୁଲ୍‌ତାନପୁରରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବକ ଖେଳିବା ବାହାନାରେ ଡ଼ାକି ପଡ଼ୋଶୀ ଘରେ ରହୁଥିବା ୮ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାର ଅଭିଯୋଗ ହେବା ପରେ ଅଭିଯୁକ୍ତ ଜିତେନ୍ଦରକୁ ପୁଲିସ ଗିରଫ କରି ନେଇଥିବା ଜଣାପଡ଼ିଛି ।

Daily Times

ସୂଚନା ମୁତାବକ, ତୃତୀୟ ଶ୍ରେଣୀରେ ପଢ଼ୁଥିବା ପୀଡ଼ିତା ସ୍କୁଲରୁ ଆସି ଘର ବାହାରେ ଖେଳୁଥିବା ବେଳେ ଜିତେନ୍ଦର ପୀଡ଼ିତାଙ୍କୁ ନିଜ ଘରକୁ ଡ଼ାକିଥିଲେ । ପୀଡ଼ିତା ଘର ଭିତରକୁ ଯିବା ପରେ ଜିତେନ୍ଦର ଅଶ୍ଲୀଳ ଭିଡ଼ିଓ ଦେଖାଇବା ସହ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ଭଳି ଅପରାଧ କରିବା ପରେ କିଛି ସମୟ ପାଇଁ ଅଭିଯୁକ୍ତ ବାଥ୍‌ରୁମ୍‌କୁ ଯାଇଥିବା ବେଳେ ପୀଡ଼ିତା ସେଠାରୁ ଖସି ଆସିବା ସହ ନିଜ ମାତା-ପିତାଙ୍କୁ ପୂରା ଘଟଣା ବିଷୟରେ ଜଣାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ପରିବାର ଲୋକେ ପୁଲିସ ଷ୍ଟେସନରେ ପହଞ୍ଚିବା ସହ ଦୁଷ୍କର୍ମର ଅଭିଯୋଗ କରିଥିଲେ । ଯାହା ପରେ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଥିଲା ଗୁରୁଗ୍ରାମ ପୁଲିସ ।

ସମ୍ବନ୍ଧିତ ଖବର