ହରିୟାଣା: ୮ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ଘରେ ଲୁଚାଇଥିଲା ଅଭିଯୁକ୍ତ, ମିଳିଲା ଫାଶୀ ଦଣ୍ଡ

ରେଓ୍ଵାଡ଼ି: ହରିୟାଣା ରେଓ୍ଵାଡ଼ିର ଏକ ଅଦାଲତ ଦୁଷ୍କର୍ମକାରୀକୁ ଯେଉଁ ଦଣ୍ଡ ଦେଇଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବା ପରେ ଅଦାଲତର ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଇଛି । ଘଟଣାଟି ଚଳିତ ବର୍ଷ ଜୁନ୍‌ ମାସରେ ଘଟିଥିବା ବେଳେ ଏବେ ଦୋଷୀକୁ ଦଣ୍ଡ ମିଳିଛି । ଅଦାଲତର ଏଭଳି କଡ଼ା ନିଷ୍ପତ୍ତି ଦୁଷ୍କର୍ମ ଭଳି ଅପରାଧକୁ କମ କରିବା ବୋଲି ରେଓ୍ଵାଡ଼ିବାସୀ କହିବା ଆରମ୍ଭ କରିଛନ୍ତି । ଘଟଣାର ୬ମାସ ମଧ୍ୟରେ ଫାଶୀ ଦଣ୍ଡ ଶୁଣାଇ ୮ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାକୁ ଅମାନୁଷିକ ବୋଲି କହିବା ସହ ଦିଲ୍ଲୀର ନିର୍ଭୟା ମାମଲା ସହ ଯୋଡ଼ିଥିଲେ ଅତିରିକ୍ତ ଜିଲ୍ଲା ବିଚାରପତି ନରେଶ କୁମାର ।

Hindustan Times

ସୂଚନା ମୁତାବକ, ଘଟଣାଟି ଜୁନ୍‌ ୯ ତାରିଖରେ ଘଟିଥିଲା । ମାତା-ପିତା ଛୋଟ ପୁଅକୁ ନେଇ ଡ଼ାକ୍ତରଖାନା ଯାଇଥିବା ବେଳେ ରହୁଥିବା ଭଡ଼ା ଘରେ ଏକା ଥିଲେ ପୀଡ଼ିତା । ପୀଡ଼ିତାଙ୍କ ଘର ପାଖରେ ଭଡ଼ା ରହୁଥିଲେ ତାଙ୍କ ବାପାଙ୍କ ଫ୍ୟାକ୍ଟ୍ରିରେ କାମ କରୁଥିବା ଅଭିଯୁକ୍ତ । ପୀଡ଼ିତାଙ୍କ ଘରେ ଏକା ପାଇ ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ଡ଼ାକି ଅଶ୍ଲୀଳ ଭିଡିଓ ଦେଖାଇବା ସହ ଦୁଷ୍କର୍ମ ଭଳି ଅପରାଧ କରିଥିଲେ । ପରେ ପୀଡ଼ିତା କାହାକୁ ଯେମିତି ଏ ବିଷୟରେ ନ ଜଣାନ୍ତୁ, ସେ ଡ଼ରରେ ଅଭିଯୁକ୍ତ ପୀଡ଼ିତାଙ୍କ ଗଳା ଚିପି ହତ୍ୟା କରିଥିଲା । ହତ୍ୟା ପରେ ମୃତଦେହକୁ ନିଜ ଘର ଆଲ୍‌ମାରିରେ ଲୁଚାଇ ଦେଇଥିଲେ । ଯାହା ପୁଲିସର ତଦନ୍ତ କରିବା ପରେ ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର