ଅବକାରୀ ଚଢ଼ଉ: ୯ ଗିରଫ

ବାଲିଅନ୍ତା : ଅବକାରୀ ବିଭାଗ ଭୁବନେଶ୍ବର ରେଞ୍ଜ ପକ୍ଷରୁ ଆଜି ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ୯ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ପୂର୍ବାହ୍ନରେ ପ୍ରଥମେ ଏହି ଟିମ୍‌ ବାଲିଅନ୍ତା ଥାନା ଅନ୍ତର୍ଗତ କଣ୍ଟାଗୋଠ ଗ୍ରାମରେ ଚଢ଼ଉ କରି ବୁଟୁ ବେହେରା ନାମକ ଜଣେ ପେଶାଦାର ମଦ ବ୍ୟବସାୟୀକୁ ଗିରଫ କରି ତା’ ନିକଟରୁ ୩୫ ଲିଟର ଦେଶୀମଦ ଜବତ କରିଥିଲା। ସେହିପରି କାରଗିଲ ବସ୍ତିରେ ଚଢ଼ଉ କରି ୨ ଜଣ, ସାଲିଆ ସାହି ବସ୍ତିରେ ୪ ଜଣ ଓ ଖଣ୍ଡଗିରି ଥାନା ଅଞ୍ଚଳରୁ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର