ମାତ୍ର ୯ଟଙ୍କା ପାଇଁ ବସ୍‌ କଣ୍ଡକ୍ଟରକୁ ହରାଇବାକୁ ପଡ଼ିଥିଲା ୧୫ଲକ୍ଷ ଟଙ୍କା

ଅହମ୍ମଦାବାଦ: ଗୁଜୁରାଟ ରାଜ୍ୟ ସଡ଼କ ପରିବହନ ନିଗମ ଅନ୍ତର୍ଗତ କାମ କରୁଥିବା ଜଣେ ବସ୍‌ କଣ୍ଡକ୍ଟରଙ୍କୁ ସାମନ୍ୟ ଲୋଭ ପାଇଁ ୧୫ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

ଏହି ଘଟଣାକୁ ନେଇ ବସ କଣ୍ଡକ୍ଟର ଚନ୍ଦ୍ରକାନ୍ତ ପଟେଲଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ଗୁଜୁରାଟ ରାଜ୍ୟ ସଡ଼କ ପରିବହନ ନିଗମ ଯାଞ୍ଚ କମିଟି ବନାଇଥିଲେ। ଏହି କମିଟି ଚନ୍ଦ୍ରକାନ୍ତଙ୍କୁ ଦୋଷୀସାବ୍ୟସ୍ତ ପାଇଥିଲା। ଏହାପରେ ନିଗମ ପଟେଲକୁ ଦଣ୍ଡ ଦେବାକୁ ଯାଇ ମହଜୁଦ ବେତନରୁ ଦୁଇଟି ସ୍ତର ତଳକୁ ଖସାଇ ଦେଇଥିଲେ। ଫଳରେ ତାଙ୍କ ପେ-ସ୍କେଲ୍‌ ବହୁତ ତଳକୁ ଚାଲି ଯାଇଥିଲା। ଅର୍ଥାତ ଚନ୍ଦ୍ରକାନ୍ତ ପଟେଲଙ୍କୁ ତାଙ୍କ ବେତନରୁ ୧୫ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

୨୦୦୩ରେ ସାମ୍ନାକୁ ଆସିଥିବା ଏହି ଘଟଣା ଟି ହେଉଛି ଏପରି, ୨୦୦୩ ଜୁଲାଇ ୫ରେ ଆକସ୍ମିକ ନୀରିକ୍ଷଣ ସମୟରେ ପଟେଲ ବସ୍‌ରେ ଜଣେ ଯାତ୍ରୀଙ୍କୁ ବିନା ଟିକେଟ୍‌ରେ ପାଇଥିଲେ। ଯାତ୍ରୀଙ୍କୁ ଟିକେଟ ନଦେଇ ସେ ବେଆଇନ ଭାବେ ୯ଟଙ୍କା ପାଇବାକୁ ଚାହିଁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ତାଙ୍କୁ ମହଙ୍ଗା ପଡ଼ି ଯାଇଥିଲା।

ତେବେ ଉକ୍ତ ଯାତ୍ରୀ ଅଧିକାରୀଙ୍କୁ କହିଥିଲେ କି ସେ କଣ୍ଡକ୍ଟରକୁ ୯ଟଙ୍କା ଦେଇଥିଲେ, କିନ୍ତୁ ଚନ୍ଦ୍ରକାନ୍ତ ପଟେଲ ତାଙ୍କୁ ଟିକେଟ ଦେଇ ନଥିଲେ। ଏହାପରେ କଣ୍ଡକ୍ଟର ପଟେଲ ବିରୋଧରେ ବିଭାଗୀୟ ଯାଞ୍ଚ ବୈଠକ ବସିଥିଲା।

ସମ୍ବନ୍ଧିତ ଖବର