ସାଙ୍ଗର ଉପସ୍ଥିତ ବୁଦ୍ଧି ପାଇଁ ଦୁଷ୍କର୍ମର ଶିକାର ହେବାରୁ ବଞ୍ଚିଗଲେ ୯ବର୍ଷୀୟା ନାବାଳିକା,ବାପା ଦେଇଥିବା ଉପଦେଶ କାମରେ ଆସିଲା

ସୁରଟ୍‌ : ଗୁଜୁରାଟର ସୁରଟ୍‌ରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୋକାନରୁ ଜିନିଷ ଆଣିବାକୁ କହି ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଅଭିଯୁକ୍ତ ନନ୍ଦନଙ୍କୁ ପୁଲିସ ଗିରଫ କରି ନେଇଛି ।

ସୂଚନା ମୁତାବକ, ପୀଡ଼ିତା ନିଜ ଭାଇ ଏବଂ ଦୁଇ ସାଙ୍ଗଙ୍କ ସହ ବାହାରେ ଖେଳୁଥିବା ବେଳେ ଦୁଇ ଦିନ ପୂର୍ବରୁ ଭଡ଼ା ରହିବାକୁ ଆସିଥିବା ନନ୍ଦନ ତାଙ୍କୁ ପାନ୍‌ ମସଲା ଆଣିବା ପାଇଁ କହିଥିଲେ। ପୀଡ଼ିତା ପାନ ମସଲା ଆଣି ପହଞ୍ଚିବା ପରେ ନନ୍ଦନ ଭିତରକୁ ଯାଇ ଖଟ ଉପରେ ରଖିବାକୁ କହିଥିଲେ । ପୀଡ଼ିତା ଭିତରକୁ ଯିବା ପରେ ନନ୍ଦନ ତାଙ୍କ ପଛେ ପଛେ ଯାଇ ପୀଡ଼ିତାଙ୍କୁ ଧରି ପକାଇବା ସହ ତାଙ୍କ ଶରୀରରୁ କପଡ଼ା କାଢ଼ିବାକୁ ଲାଗିଥିଲେ । ଏହା ଦେଖି ପୀଡ଼ିତା ନିଜ ବାପାଙ୍କ କଥା ମନେ ପକାଇଥିଲେ ।

DNA India

ଯଦି କେହି ଅଶାଳୀନ ଭାବରେ ସ୍ପର୍ଶ କରେ ତେବେ ଜୋରରେ ପାଟି କରି କାନ୍ଦିବୁ ବୋଲି କହିଥିବାରୁ ପୀଡ଼ିତର ଜୋରରେ କାନ୍ଦିବାକୁ ଲାଗିଥିଲେ । ଏହା ସହ ପୀଡ଼ିତା ସହ ଉପରକୁ ଆସିଥିବା ତାଙ୍କ ସାଙ୍ଗ ଯାଇ ପୀଡ଼ିତାଙ୍କ ମା’ଙ୍କୁ ଜଣାଇବା ପରେ ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ପୀଡ଼ିତାଙ୍କ ମା’ଙ୍କୁ ଦେଖି ଅଭିଯୁକ୍ତ ପୀଡ଼ିତାଙ୍କୁ ଛାଡ଼ିଦେବା ସହ ଲୋକାମାନେ ନନ୍ଦନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ପୁଲିସରେ ଅଭିଯୋଗ ହେବା ପରେ ଏବେ ନନ୍ଦନଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର