୩୬ ହଜାର ଲୋକଙ୍କୁ ହତ୍ୟା କରିଛନ୍ତି ଜଣେ ୯୫ ବର୍ଷୀୟ ବୃଦ୍ଧ !

ଜଣେ ୯୫ ବର୍ଷୀୟ ବୃଦ୍ଧ ପୁଣି ୩୬ ହଜାର ଲୋକଙ୍କୁ ହତ୍ୟା କରିଛନ୍ତି। ଏକଥା ଅବିଶ୍ୱାସ ମନେ ହେଉଥିଲେ ହେଁ ସତ। ତେବେ ଏହି ବ୍ୟକ୍ତି ଜଣକ ଭାରତର ନୁହଁନ୍ତି।ସେ ଜର୍ମାନୀର। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଏକାଗ୍ରତା ଶିବିରର ଗାର୍ଡ ରୂପେ କାର୍ଯ୍ୟ କରୁଥିଲେ ଏହି ୯୫ ବର୍ଷୀୟ ବ୍ୟକ୍ତି। ଏହି ବୃଦ୍ଧଙ୍କୁ ୩୬ ହଜାର ନାଜିଙ୍କୁ ମାରିଥିବାର ଅଭିଯୁକ୍ତ ବୋଲି କୁହାଯାଉଛି।ଏହି ବ୍ୟକ୍ତିଙ୍କ ନାମ ହେଲା ହଂସ ଏଚ୍‌।
ଜର୍ମାନ ସାର୍ବଜନିକ ଅଭିଯୋଜକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି ଯେ, ଅଭିଯୁକ୍ତ ହଂସ ଏଚ୍‌ଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି,ତାଙ୍କ ଅଷ୍ଟ୍ରିଆରେ ଥିବା ମୋଥେସେନ ସ୍ଥିତ ୧୯୪୪-୧୯୪୫ ମଧ୍ୟରେ ଥିବା ବ୍ୟାଟେଲିଆନ୍‌ ସହିତ ସଂପର୍କ ଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ମେଥୌସେନ୍‌ ନାଜିମାନଙ୍କର ଏକଗ୍ରତା ଶିବିରର ଏକ ବଡ ନେଟଓ୍ଵାର୍କର ଅଂଶ ବିଶେଷ ଥିଲା । ଏଠାରେ କଏଦୀ ମାନଙ୍କୁ କ୍ରୀତଦାସ ଭଳି କାମ କରିବାକୁ ପଡୁଥିଲା। ଅଭିଯୋଜକମାନେ କହିଛନ୍ତି ଯେ, ସେଠାରେ ଗାର୍ଡରୂପେ କାମ କରୁଥିବା ଅଭିଯୁକ୍ତ ହଜାର ହଜାର ସଂଖ୍ୟକ କଏଦୀଙ୍କୁ ହତ୍ୟା କରିଥିଲା। ହଂସ ଏଚ୍‌ ଅତି କମ୍‌ରେ ୩୬ ହଜାର ୨୨୩ ଜଣ କଏଦୀଙ୍କୁ ହତ୍ୟା କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର