୧୦ବର୍ଷିୟ ନାବାଳିକା ସହ ଦୁଷ୍କର୍ମ କରି ଗିରଫ ହେଲେ ୯୯ବର୍ଷିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ଚେନ୍ନାଇ : ଚେନ୍ନାଇରେ ଘଟିଥିବା ଏକ  ଦୁଷ୍କର୍ମ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭାବିବା ପାଇଁ ବାଧ୍ୟ କରିଛି ।  ଜଣେ ୯୯ବର୍ଷିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୧୦ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ସମାଜକୁ ଜ୍ଞାନର ଆଲୋକ ଦେଉଥିବା ଜଣେ ପ୍ରଧାନଶିକ୍ଷକ ଏପରି କିପରି କରି ପାରିଲେ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସୂଚନା ମୁତାବକ,ଦୁଇ ବର୍ଷ ହେବ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ଘରେ ଭଡ଼ାରେ ରହି ଆସୁଥିଲେ । କିଛି ଦିନ ତଳେ ପୀଡ଼ିତା ପେଟର ଯନ୍ତ୍ରଣା ବିଷୟରେ ତାଙ୍କ ମା’ଙ୍କୁ ଜଣାଇଥିଲେ ।

oneindia.com

ହଠାତ୍‌ କ’ଣ ପାଇଁ ଯନ୍ତ୍ରଣା ହେଲା ତା’ର କାରଣ ଜାଣିବା ପାଇଁ ପୀଡ଼ିତାଙ୍କ ମା’ ତାଙ୍କୁ ହସ୍ପିଟାଲରେ ନେଇ ପହଞ୍ଚିଥିଲେ । ଚିକିତ୍ସା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଡ଼ାକ୍ତର କହିବା ପରେ ହତ୍‌ବାକ ହୋଇ ଯାଇଥିଲେ ପରିବାର ଲୋକେ । ଏହା ପଛର କାରଣ ଜାଣିବା ପାଇଁ ପୀଡ଼ିତାଙ୍କୁ ଏ ନେଇ ପଚରାଯିବା ପରେ ସବୁ ସତ ବାହାହାରକୁ ଆସିଥିଲା । ଘରେ କେହି ନ ଥିବା ବେଳେ ଅଭିଯୁକ୍ତଜଣଙ୍କ ଘରକୁ ଆସି ଦୁଷ୍କର୍ମ କରିବା ସହ ପୀଡ଼ିତା ଛୋଟ ଥିବାରୁ କିଛ ବୁଝି ପାରି ନଥିଲେ । ସବୁ ଜାଣିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର