ନୟାଗଡ: ରଣପୁର ଥାନା ମହତପଲ୍ଲା ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ମୃତ ଛାତ୍ରଙ୍କ ନାମ ସୁମନ ବେହେରା(୧୪)। ସେ ଜୟନ୍ତୀ ବେହେରାଙ୍କ ପୁଅ ବୋଲି ଜଣାପଡିଛି। ସୁମନ ବେହେରାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ସମ୍ପତ୍ତି ପାଇଁ ହତ୍ୟା କରିଥିବ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଅଭିଯୋଗ ପାଇ ଶବକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ମୃତ ଛାତ୍ରଙ୍କ ପିତା ପ୍ରାୟ ୮ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ମା’ ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରନ୍ତି।
ନୟାଗଡ଼: ସମ୍ପତ୍ତି ପାଇଁ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା
/sambad/media/post_attachments/wp-content/uploads/2020/07/murder-640x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)