ମାଛରେ ବିଷ ଦେଇ ଶାଶୁ, ଶାଳୀ ଓ ସ୍ତ୍ରୀକୁ ହତ୍ୟା କଲା ବ୍ୟବସାୟୀ

ନୂଆଦିଲ୍ଲୀ: ଇରାକ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ୍ ଥ୍ୟାଲିୟମ ନାମକ ଏକ ବିଷାକ୍ତ ପଦାର୍ଥର ବ୍ୟବହାର କରି ଶତ୍ରୁଙ୍କ ହତ୍ୟା କରୁଥିବା ଖବର ଇଣ୍ଟରନେଟରୁ ଜଣେ ବ୍ୟବସାୟୀ ଜାଣିବାକୁ ପାଇଥିଲେ। ଏହାପରେ ଉକ୍ତ ବ୍ୟବସାୟୀ ଜଣକ ଏହି ଥ୍ୟାଲିୟମର ବ୍ୟବହାର କରି ନିଜ ଶାଶୁ,ଶ୍ବଶୁର, ଶାଳି ଓ ସ୍ତ୍ରୀଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିଥିଲେ। ଏହି ଘଟଣାରେ ପୁଲିସ ବ୍ୟବସାୟୀ ବରୁଣ ଅରୋଡାକୁ ଗିରଫ କରି ନେଇଛି।

ହୋମିଓପାଥି ଔଷଧ ନିର୍ମାତା ଦେବେନ୍ଦ୍ର ମୋହନ ଶର୍ମା(ମୃତ ଝିଅଙ୍କ ବାପା) ପୁଲିସକୁ ଜଣାଇଥିଲେ କି, ସେ ଇନ୍ଦ୍ରପୁରୀରେ ରହନ୍ତି ଓ ତାଙ୍କର ଦିଲ୍ଲୀରେ ଫାକ୍ଟ୍ରି ରହିଛି। ଥ୍ୟାଲିୟମ ହେତୁ ମୋର ଝିଅ ପ୍ରିୟଙ୍କା ଶର୍ମା, ସ୍ତ୍ରୀ ଅନୀତା ଶର୍ମାଙ୍କ ମୃତ୍ୟୁ ହୋଇଯାଇଛି। ବଡ଼ ଝିଅ ଦିବ୍ୟା ଗଙ୍ଗାରାମ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛି।

varun arora

୨୦୦୯ରେ ଦିବ୍ୟା ଓ ବରୁଣଙ୍କ ବିବାହ ହୋଇଥିଲା। ଜ୍ବାଇଁ ଛୋଟଛୋଟ କଥାରେ ରାଗି ଯାଏ। ଆଉ ଝିଅ ଦିବ୍ୟାକୁ ମାଡ଼ ମରିବା ସହିତ ଅନେକ ସମୟରେ ଗାଳିଗୁଲଜ ବି କରିଥାଏ। ଏହା ସ‌ତ୍ତ୍ବେ  ଯେପରି ଘର ନଭାଙ୍ଗୁ ସେଥିପାଇଁ ଉଭୟଙ୍କୁ ବୁଝାଇସୁଝାଇ ରଖିଥିଲେ ପରିବାର ଲୋକ । ଦିବ୍ୟାର ଆଇଭିଏଫ ପ୍ରଣାଳୀରେ ଦୁଇଟି ସନ୍ତାନ ହୋଇଥିଲା। ଏହାପରେ ‌‌ସେ ପୁଣିଥରେ ଅନ୍ତସତ୍ତ୍ବା ହୋଇଥିଲା। ଦିବ୍ୟାର ପରିବାର ଏହି ଶିଶୁକୁ ଚାହୁଁଥିଲେ କିନ୍ତୁ ଡାକ୍ତର ଦିବ୍ୟାର ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ।

ଡାକ୍ତରଙ୍କ କଥାରେ ରାଜି ହୋଇ ଦିବ୍ୟା ଉକ୍ତ ଶିଶୁକୁ ନଷ୍ଟ କରି ଦେଇଥିଲା। ଏହାପର ଠାରୁ ବରୁଣଙ୍କ ପରିବାର ଦିବ୍ୟା ଉପରେ ଅତ୍ୟାଚାର ଆରମ୍ଭ କରି ଦେଇଥିଲେ। ଏହାପରେ ଦିବ୍ୟା ଇନ୍ଦ୍ରପୁରୀ ଚାଲି ଆସିଥିଲା। ବରୁଣ ଫୋନ କରି ମାଛ ତରକାରୀ ନେଇ ଆସୁଛି ବୋଲି କହିଥିଲା। ଦିବ୍ୟା ମନା କରିବା ସତ୍ତ୍ବେ ଜୋରଜବରଦସ୍ତି ବରୁଣ ମାଛ ନେଇ ଘରେ ପହଞ୍ଚି ଯାଇଥିଲା।

divya family and varun

ସମସ୍ତେ ମନା କରୁଥିବା ସ‌ତ୍ତ୍ବେ ଜୋରଜବରଦସ୍ତି ମୋ ଦୁଇଝିଅ, ସ୍ତ୍ରୀ ଓ ମୋତେ ଉକ୍ତ ମାଛ ତରକାରୀ ଖୁଆଇଥିଲା। ଫେବ୍ରୁଆରି ୧ ତାରିଖରେ ପ୍ରିୟଙ୍କାର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା। ସେହିପରି ମାର୍ଚ୍ଚ ୨୧ରେ ପତ୍ନୀର ମୃତ୍ୟୁ ହୋଇଯାଇଥିଲା। ରକ୍ତ ନମୁନାରୁ ମା’ ଓ ଝିଅ ଦୁହିଁଙ୍କ ଶରୀରରେ ଥ୍ୟାଲିୟମ ଥିବା ଜଣାପଡ଼ିଥିଲା। ମୋର ବି ରକ୍ତ ନମୁନାରେ ଥ୍ୟାଲିୟମ ଥିବା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର