ଜୀବନ ସହିତ ଖେଳି ରାତିରେ କାର ସହିତ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଛନ୍ତି ଦୁଇଯୁବକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଥିବା ବିପଦପୂର୍ଣ୍ଣ ଷ୍ଟଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଜଣେ ଯୁବକ ଦ୍ରୁତଗତିରେ ଯାଉଥିବା ଏକ କାର ପଛରେ ସ୍କେଟିଂ କରୁଥିବା ନଜର ଆସୁଥିବା ବେଳେ ଅନ୍ୟ ଜଣେ ଯୁବକ କାର ଝରକାରୁ ଅଧା ବାହାରି ବସିଛନ୍ତି। ତେବେ ଯୁବକ ଜଣକ ଏହି ଦ୍ରୁତଗତିରେ ଯାଉଥିବା କାରର ସାହାରା ନେଇ ଅନେକ ବାଟ ସ୍କେଟିଂ କରୁଥିବା ଦେଖିବାକୁ ମିଳିଛି।ତୃତୀୟ ଜଣେ ବ୍ୟକ୍ତି ଅନ୍ୟ ଗାଡ଼ିରେ ବସି ଏହି ଘଟଣାର ଭିଡିଓ ବନାଉଥିବା ବି ନଜର ଆସିଛି।

ଏହି ଭାଇରାଲ ଭିଡିଓ ଏନ୍‌ଏଚ ୨୪ସ୍ଥିତ ଅକ୍ଷରଧାମ ସରାୟ କାଲେ ଖା ମଧ୍ୟରେ ନିର୍ମିତ ହୋଇଥିବା ବ୍ରିଜ ଉପରର ବୋଲି ଜଣା ଜଣାପଡ଼ିଛି। ଭିଡିଓରୁ ସୂଚନା ମିଳୁଛି କି ଦ୍ରୁତଗତିରେ କାରଟି ସରାୟ କାଲେ ଖା ଆଭିମୁଖେ ଆସୁଛି। ଏହି ଭିଡିଓକୁ କେବେ ଓ କିଏ ବନାଇଛି ତାହାର କିଛି ସୂଚନା ଏଯାବତ ମିଳି ପାରି ନାହିଁ। ଦିଲ୍ଲୀ ପୁଲିସର କହିବା ଅନୁସାରେ ଏହି ମାମଲାର ଯାଞ୍ଚ କରାଯାଉଛି। ତେବେ ବିପଦପୂର୍ଣ୍ଣ ଗାଡ଼ି ଚାଳନା ଆଧାରରେ ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର