ଅହମ୍ମଦାବାଦ: ନିଜକୁ ମହିଳାର ପରିଚୟ ଦେଇ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ପୁରୁଷମାନଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କୁ ନଗ୍ନ ଫଟୋ ମାଗି ପରେ ବ୍ଲାକ୍ମେଲ କରୁଥିବା ଅଭିଯୋଗ ହୋଇଛି। ନକଲି ମହିଳା କଥାରେ ଯେଉଁମାନେ ନିଜର ନଗ୍ନ ଫଟୋ ଓ ଭିଡିଓ ପଠାଇ ଦେଉଥିଲେ ସେମାନଙ୍କୁ ସେ ପରବର୍ତ୍ତୀ ସମୟରେ ବ୍ଲାକ୍ମେଲ କରିବା ଆରମ୍ଭ କରି ଦେଉଥିଲା।
ନିକଟରେ ଜଣେ ବ୍ୟକ୍ତି ଉକ୍ତ ନକଲି ମହିଳାର ଜାଲରେ ଫସି ୪୬, ୦୧୦ ଟଙ୍କା ହରାଇବା ପରେ ପୁଲିସର ଦ୍ୱାରସ୍ଥ ହୋଇ ସମସ୍ତ କଥା କହିଥିଲେ। ଏହାପରେ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ସାଇବର ସେଲ ସାହାଯ୍ୟରେ ଘଟଣାର ଯାଞ୍ଚ କରିବା ଆରମ୍ଭ କରି ଦେଇଛି।
/sambad/media/post_attachments/2b97fe014f1a7943feda0003c164b75cc6d722f87a19fa39faa0a325f8673f95.jpg)
ଡିସିପି ସାଇବର ସେଲ ରାଜଦୀପସିଂହ ଝାଲା କହିଛନ୍ତି, ଏଭଳି ଘଟଣା ଆମ ପାଖକୁ ପ୍ରଥମ ଥର ଆସିଛି। ଯେଉଁଥିରେ ଆମର ସାମ୍ନା ଏମିତି ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିଲା ଯିଏକି ମହିଳା ବେଶ ଧରି ପୁରୁଷଙ୍କୁ ଫସାଉଥିଲା। ଉକ୍ତ ନକଲି ମହିଳାଙ୍କ ବିରୋଧରେ ଆଇଟିସି ଅଧିନିୟମ ଧାରା ୬୬ସି ଓ ୬୭ ସହିତ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୮୪ରେ ମାମଲା ରୁଜୁ କରାଯାଇଛି।
/sambad/media/post_attachments/2414310593ac1a1c52610a32ba602892523a1328f435162327d9908ddd24d562.jpg)
ଯାଞ୍ଚରୁ ଜଣା ପଡ଼ିଛି କି ଏହି ଯୁବକ ଅନ୍ୟ ପୁରୁଷଙ୍କୁ ନିଜ ଜାଲରେ ଫସାଇବାକୁ ୪ଟି ନକଲି ଆଇଡି ବନାଇ ସେମାନଙ୍କୁ ବ୍ଲାକମେଲ କରୁଥିଲା। ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, ୨୦୧୧ରେ ସେ ଏମସିଏ କରୁଥିବା ସମୟରେ ସୋସିଆଲ ମିଡିଆ ଜରିଆରେ ଜଣେ ମହିଳାଙ୍କ ସମ୍ପର୍କରେ ଆସିଥିଲେ। ଏହି ମହିଳାଙ୍କ ସହିତ ସେ ଧୀରେ ଧୀରେ କଥା ହେବା ବି ଆରମ୍ଭ କରିଥିଲେ।
କିଛିଦିନ ଏପରି ଗଲା ପରେ ନକଲି ମହିଳା ଅନ୍ୟ ଏକ ପ୍ରୋଫାଇଲରୁ ତାଙ୍କୁ ପ୍ରପୋଜ କରିବା ସହିତ ନଗ୍ନ ଫଟୋ ମାଗିଥିଲେ। ଏବଂ ବ୍ଲାକ୍ମେଲ କରି ମୋଟା ଅଙ୍କର ଟଙ୍କା ଠକି ନେଇଥିଲେ। ଏହାପରେ ତାଙ୍କର ସନ୍ଦେହ ହୋଇଥିଲା, ଖୋଳତାଡ କରିବା ପରେ ଜାଣି ପାରିଥିଲେ କି ସେ ଯାହାଙ୍କ ସହିତ କଥା ହେଉଛନ୍ତି ସେ ମହିଳା ନୁହନ୍ତି ଜଣେ ପୁରୁଷ ଅଟନ୍ତି।