ନୋ ପ୍ରାର୍କିଂ ଜୋନରେ ଗାଡ଼ି ରଖିବା ମହଙ୍ଗା ପଡ଼ିଲା; ଚାଳକଙ୍କୁ ବାଇକ ସହିତ ଉଠାଇ ନେଲା କ୍ରେନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଭିଡିଓକୁ ଦେଖିବା ପରେ କିଛି ଲୋକ ପୁଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କିଛି ଲୋକ ହସିହସି ଗଡ଼ି ଯାଉଛନ୍ତି।

ଏଭଳି ଏକ ଘଟଣା ମହାରାଷ୍ଟ୍ରର ପୁଣେରେ ଘଟିଛି। ଭିଡିଓରେ ଦେଖିବାକୁ ମିଳୁଛି, କ୍ରେନ ଜରିଆରେ ଏକ ବାଇକ ସହିତ ଯୁବକଙ୍କୁ ଉଠାଇ ନିଆଯାଉଛି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଭଳି ଘଟଣା ବାସ୍ତବରେ ଘଟିଥାଇପାରେ ବୋଲି ବି ବିଶ୍ବାସ କରି ପାରୁ ନାହାନ୍ତି।

 

ଏହି ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ ଯେ, କ୍ରେନରେ ବାଇକକୁ ଉଠା ଯାଉଥିବା ସମୟରେ ଯୁବକ ଜଣକ ଜାଣିବୁଝି ବାଇକ ଉପରେ ବସିଥିଲେ। ଯୁବକ ଜଣକଙ୍କ ବାଇକ ନୋ ପାର୍କିଂ ଜୋନରେ ଲାଗିଥିଲା। କ୍ରେନ ଯେତେବେଳେ ବାଇକକୁ ନୋ ପ୍ରାର୍କିଂ ଜୋନରୁ ଉଠାଇଥିଲା ଯୁବକ ଜଣକ ବାଇକ ଉପରେ ଜୋରଜବରଦସ୍ତି ବସି ରହିଥିଲେ। ଏହି ଘଟଣା ପରେ ଯୁବକ ଜଣକ ନିଜ ଭୁଲ ବୁଝି ପାରି ଜରିମାନା ମଧ୍ୟ ଦେଇଛନ୍ତି।

ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଯଦି ଯୁବକ ଜଣକଙ୍କ କିଛି ହୋଇଯାଇଥାଆନ୍ତା ତେବେ ଦାୟୀ କିଏ ହୋଇଥାଆନ୍ତା?

ସମ୍ବନ୍ଧିତ ଖବର