ପୁଲିସ ତାଲିମପ୍ରାପ୍ତ କୁକୁର ଯୋଗୁଁ କୋରିଅରରେ ଆସିଥିବା ବାଘ ଛୁଆ ଉଦ୍ଧାର ହେଲା

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ନୀଳ ରଙ୍ଗର ପ୍ଲାଷ୍ଟିକ୍‌ ଡବାରେ ଥିବା ଏକ ବାଘ ଛୁଆର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପଶୁପକ୍ଷୀ ଚାଲାଣ ଏକ ଗମ୍ଭୀର ଅପରାଧ, ବିଶେଷ ଭାବେ ଯେଉଁ ପଶୁପକ୍ଷୀଙ୍କ ପ୍ରଜାତି ଲୋପ ପାଉଛି । ତେବେ ମେକ୍ସିକୋରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋ ନ୍ୟୁ ଟଲାକପେକ୍‌  ବସ୍‌ ଷ୍ଟେସନରେ ଏକ ପ୍ଲାଷ୍ଟିକ୍‌ ବକ୍ସ ଭିତରେ ବାଘ ଛୁଆକୁ ପୁଲିସର ତାଲିମ୍‌ପ୍ରାପ୍ତ କୁକୁର ଠାବ କରିଥିଲା। ଫଳରେ ବାଘ ଛୁଆଟି ଉଦ୍ଧାର ହୋଇପାରିଛି। ଏହି ବାଘ ଛୁଆକୁ କେହି କୋରିଅରରେ ଜରିଆରେ ଚାଲାଣ କରୁଥିବା ସନ୍ଦେହ କରାଯାଉଛି।

ମେକ୍ସିକୋର ଫେଡେରାଲ ପୁଲିସ ଦ୍ୱାରା ୨ମାସର ଏହି ବାଘର ଛୁଆର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ  ଭାଇରାଲ ହୋଇଛି। ଏକ ନୀଳ ରଙ୍ଗର ଡବା ଭିତରେ ବାଘ ଛୁଆଟି ନିଶ୍ୱାସ ନେଇ ନ ପାରି ଅଚତେ ହୋଇ ପଡ଼ିଥିଲା। ଉଦ୍ଧାର ହେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏହି ମହାବଳ ବାଘ ଛୁଆକୁ ଜେଲିସ୍କୋର ପଶ୍ଚିମ ରାଜ୍ୟ କୟୁଏତରାରୋକୁ ପଠାଇ ଦିଆଯାଇଛି। ତାଲିମପ୍ରାପ୍ତ କୁକୁର ହେତୁ ବାଘ ଛୁଆଟି ବଞ୍ଚି ପାରିଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର