ମହିଳାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ ଘଟଣା, ଜେଲ୍‌ ଗଲେ ୬ ଅଭିଯୁକ୍ତ

ଭୁବନେଶ୍ବର: ବିନ୍ଦୁସାଗର ନିକଟରେ ମହିଳାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ ଘଟଣାରେ ଜେଲ୍ ଯାଇଛନ୍ତି ୬ ଅଭିଯୁକ୍ତ। ହାଇକୋର୍ଟରୁ ୧୫ ଦିନ ଲାଗି ଅନ୍ତରୀଣ ଜାମିନ ପାଇଥିବା ୬ ଅଭିଯୁକ୍ତଙ୍କର ଗତକାଲି ଅବଧି ଶେଷ ହୋଇଥିଲା। ଆଜି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। ଜଣେ ଦଳିତ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିବାରୁ ସରକାରୀ ଓକିଲ ଜାମିନ ଆବେଦନକୁ ବିରୋଧ କରିଥିଲେ। କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ୬ ଅଭିଯୁକ୍ତଙ୍କୁ ଜେଲ୍ ପଠାଇ ଦେଇଥିଲେ। ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ରାସ୍ତା ମଝିରେ ଆକ୍ରମଣ ହେଉଥିବାର ସିସିଟିଭି ଫୁଟେଜ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏ ନେଇ ମାର୍ଚ୍ଚ ୧୧ ତାରିଖରେ ଶ୍ରୀଲିଙ୍ଗରାଜ ଥାନାରେ ମାମଲା ରୁଜୁ ହୋଇଥିଲା। ପାଲଟା ଅଭିଯୋଗରେ ଆଉ ଏକ ମାମଲା ରୁଜୁ କରିଥିଲା ପୁଲିସ। ମହିଳାଙ୍କୁ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା। ଅନ୍ୟ ୬ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ଅନ୍ତରୀଣ ଜାମିନ ପାଇଥିଲେ।

ସମ୍ବନ୍ଧିତ ଖବର