ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ତାଙ୍କର ପ୍ରେମିକ ତଥା ଲିଭ୍-ଇନ୍ ସଙ୍ଗୀ ଅଫତାବ ନିର୍ମମ ଭାବରେ ହତ୍ୟା କରି ଟିକି ଟିକି କରି କାଟିବା ଘଟଣା ଦେଶସାରା ଆଲୋଡନ ସୃଷ୍ଟି କରିଥିବା ବେଳେ ସେ ଘଟଣା ସହ ଯୋଡ଼ା ଗୋଟାଏ ପରେ ଗୋଟାଏ କଥାର ଖୁଲାସା ହେବାରେ ଲାଗିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫ୍ତାବ ଆମିନ୍ ପୁନେୱାଲା ପୁଲିସ୍ ସମ୍ମୁଖରେ ସ୍ବୀକାର କରି କହିଛି ଯେ ସେ ଗଞ୍ଜେଇ ନିଶାରେ ଶ୍ରଦ୍ଧାଙ୍କ ହତ୍ୟା କରିଛି।
ସେ ଜଣେ ଡ୍ରଗ୍ସ ସେବକ ଓ ଶ୍ରଦ୍ଧାଙ୍କୁ ହତ୍ୟା କରିବା ଦିନ ଗଞ୍ଜେଇ ଟାଣି ଥିବା କଥା ନିଜେ ପୁଲିସ୍ ସମ୍ମୁଖରେ ସ୍ବୀକାର କରିଛି ଅଫ୍ତାବ। ସେ କହିଛି ଯେ ଖର୍ଚ୍ଚକୁ ନେଇ ସେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଦୁଇ ଜଣଙ୍କ ଖର୍ଚ୍ଚ ମିଶି ଅଧିକ ହୋଇ ଯାଉଥିବାରୁ ମୁମ୍ବାଇରୁ କିଏ ଦିଲ୍ଲୀ ଫେରିଯିବ ବୋଲି ଯୁକ୍ତି ହେବା ପରେ ସେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
Police would be required to collect minute evidence: @Advujjwalnikam, Criminal Advocate#NewsToday with @SardesaiRajdeep | Full show: https://t.co/WPUrpA9x4j#ShraddhaWalkar#AftabPoonawalla#DelhiMurder#ITHighlights#ITVideopic.twitter.com/UfK7i2sCWt
— IndiaToday (@IndiaToday) November 17, 2022
ବଡ଼ ଧରଣର ଝଗଡ଼ା ହେବା ପରେ ଅଫ୍ତାବ ଘର ବାହାରକୁ ଚାଲି ଯାଇଥିଲା। ତାପରେ ସେ ବାହାରୁ ଗଞ୍ଜେଇ ଟାଣି ଘରକୁ ଫେରିଥିଲା। ସେ ପୁଲିସ୍କୁ କହିଛି ଯେ ତା’ର ଶ୍ରଦ୍ଧାଙ୍କୁ ମାରିବାର ଆଦୌ ଯୋଜନା ନଥିଲା। ମାତ୍ର ଗଞ୍ଜେଇ ନିଶାରେ ସେ ତାଙ୍କ ତଣ୍ଟି ଚିପି ହତ୍ୟା କରି ଦେଇଛି।
ଜାଣିବାକୁ ମିଳିଛି ଯେ ମେ ୧୮ ତାରି୍ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଅଫ୍ତାବ ଶ୍ରଦ୍ଧାକୁ ହତ୍ୟା କରିବା ପରେ ମୃତଦେହ ପାଖରେ ବସି ରାତି ଯାକ ସିଗାରେଟ୍ରେ ଗଞ୍ଜେଇ ଭର୍ତ୍ତି କରି ଟାଣୁଥିଲା।