ବିବାହର କିଛି ସମୟ ପୂର୍ବରୁ ବିୟ୍ୟୁଟି ପାର୍ଲର ସମ୍ମୁଖରୁ ଅପହରଣ ହେଲା କନ୍ୟା

ଚଣ୍ଡିଗଡ଼: ପଞ୍ଜାବର ମୁକ୍ତସରଠାରେ ଥିବା ଏକ ବିୟ୍ୟୁଟି ପାର୍ଲର ସମ୍ମୁଖରୁ ବିବାହର କିଛି ସମୟ ପୂର୍ବରୁ କନ୍ୟାଙ୍କୁ ଶୁକ୍ରବାର ଅପହରଣ କରାଯାଇଥିବା ସୂଚନା ରହିଛି। ଏହି ପୂରା ଘଟଣା ସେଠାରେ ଥିବା ଏକ ସିସିଟିଭିରେ କଏଦ ହୋଇଛି।

ମୁକ୍ତସର ଏସ୍‌ପି ରବୀନ୍ଦ୍ର ସିଂହ କହିଛନ୍ତି, ‘କେତେକ ଅଳ୍ପ ବୟସର ପିଲା ମିଶି ଏହି ଅପହରଣ କରିଛନ୍ତି। ଏ ନେଇ ମାମଲା ରୁଜୁ କରାଯାଇ ସର୍ଚ ଅପରେସନ ଆରମ୍ଭ ହୋଇଛି।’

ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ ଅପରାହ୍ନ ୫.୩୦ ସମୟରେ ଅଭିଯୁକ୍ତମାନେ ବିୟ୍ୟୁଟି ପାର୍ଲର ସାମ୍ନାରେ କନ୍ୟାକୁ ଜଗି ରହିଥିଲେ। କନ୍ୟା ସଜ ହୋଇ ପାର୍ଲର ଭିତରୁ ବାହାରିବା ମାତ୍ରେ ସେମାନେ ତାକୁ ଧରି ନେଇ ଜୋର୍‌ ଜବରଦସ୍ତ କାର୍‌ ଭିତରେ ପୂରାଇ ଅପହରଣ କରି ନେଇ ଯାଇଥିଲେ।

ଜାଣିବାକୁ ମିଳିଛି ଯେ କନ୍ୟା ଜଣକ ଖସିବା ପାଇଁ ବହୁ ଉଦ୍ୟମ କରି ସେମାନଙ୍କ ସହ ବଳ କଷିଥିଲେ ବି ମୁକୁଳି ପାରିନଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର