ଚତୁର୍ଥ କନ୍ୟାକୁ ଜନ୍ମ ଦେବାରୁ ପତ୍ନୀକୁ ନିଆଁ ଲଗାଇ ଜାଳିଦେଲା ପତି

ଲକ୍ଷ୍ନୌ: ଆଲ୍ଲାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କର ପରକିୟା ପ୍ରୀତି ଉପରେ ପ୍ରଶ୍ନ ଉଠାଇବାରୁ ସ୍ୱାମୀ ହାତରେ ନିଜ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ମୌଓ୍ଵାମ ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ଦମଦମା ଗ୍ରାମରେ ଗୁରୁବାର ରାତିରେ ଏପରି ଘଟଣା ଘଟିଥିବା ସୂଚନା ରହିଛି।

ହସ୍ତଗତ ହୋଇଥିବା ଖବର ମୁତାବକ, ମୃତ ମହିଳା ଲଗାତାର ଭାବେ ୩ଟି କନ୍ୟା ସନ୍ତାନ ଜନ୍ମ ଦେଇ ସାରିଥିଲେ। ଚତୁର୍ଥ କ୍ୟାକୁ ଜନ୍ମ ଦେବା ପରେ ରାଗରେ ଆସି ସ୍ୱାମୀ ଦ୍ୱିତୀୟ ବିବାହ କରିବା ନିଷ୍ପତ୍ତି ନେଇଥିଲେ। ବିବାହ ପରେ ଦ୍ୱିତୀୟ ପତ୍ନୀ କାଳେ ପୁତ୍ରଟିଏ ଜନ୍ମ ଦେବ ବୋଲି ଆଶା ରଖି ସ୍ୱାମୀ ନେଇଥିବା ନିଷ୍ପତ୍ତିକୁ ବିରୋଧ କରିଥିଲେ ପ୍ରଥମ ପତ୍ନୀ। ଫଳରେ ପତ୍ନୀଙ୍କୁ ବାଟରୁ ହଟାଇ ଦେବା ପାଇଁ ଅଭିଯୁକ୍ତ ୩୦ ବର୍ଷିଅ ସେନେ ଲାଲା କିରୋସିନ ଢାଳି ନିଆଁ ଲଗାଇ ମହିଳାଙ୍କୁ ଜାଳି ଦେଇଥିବା ସୂଚନା ରହିଛି।

ସୋନେ ଲାଲଙ୍କ ନାବାଳିକା ଝିଅ ନିଜ ମାଆକୁ ବଞ୍ଚାଇବାକୁ ଯାଇ ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜାଣିବାକୁ ମିଳିଛି। ସେନେ ଲାଲାଙ୍କ ଶଶୁର ଅଭିଯୋଗ ଆଣିବା ପରେ ସୋନେ ଲାଲ ନାମରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର