ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ବାଇକ ଚାଳକ ଜଣକ ନାଗଲ ଥାନାର ଉମାହି କଲାରେ ବସବାସ କରୁଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ବେଙ୍ଗାଲୁରୁର ବିଦ୍ୟାରନ୍ୟାପୁର ଅଞ୍ଚଳରେ ରାସ୍ତାରେ ଗାଡି ଆଗକୁ ଛାଡ଼ିବାକୁ ନେଇ ଦୁଇ ଚାଳକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ଏହି କାରଣରୁ ବାଇକ୍ ଚାଳକଙ୍କ ଉପରେ ରାଗ କାର୍ ଚାଳକ ରଖିଥିଲେ । ବାଇକ୍ ଆରୋହୀ କିଛିବାଟ ଯିବା ପରେ କାର ଚାଳକ ତାଙ୍କ ପିଛା କରିକରି ସୁଯୋଗ ଦେଖି ପଛରୁ ଧକ୍କା ଦେଇଥିଲେ। ଫଳରେ ବାଇକ୍ ଚାଳକ ଜଣକ ରାସ୍ତାକୁ ଝିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/7f749b5e-129f-4952-b1ae-dda91002673f.jpg)